Hot Posts

6/recent/ticker-posts

ସମାଜସେବୀ, କବି ସାହିତ୍ଵିକ, ପରୋପକାରୀ ପ୍ରମଥ ନାଥ ଜେନାଙ୍କ ପରଲୋକରେ ବାଲିଆପାଳରେ ଶୋକର ଛାୟା

ବାଲିଆପାଳ ୧୨/୦୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଜାମକୁଣ୍ଡା ଗ୍ରାମର ପ୍ରମଥ ନାଥ ଜେନାଙ୍କ ପରଲୋକ ଘଟିଛି ।ଶ୍ରୀଯୁକ୍ତ ଜେନାଙ୍କୁ ମୃତ୍ୟୁବେଳକୁ ୯୬ ବର୍ଷ ହୋଇଥିଲା । ଶ୍ରୀଯୁକ୍ତ ଜେନା ୧୯୩୩ ମସିହାରେ ଜନ୍ମଲାଭ କରିଥିଲେ। ଶ୍ରୀଯୁକ୍ତ ଜେନା ଜଣେ ଧର୍ମପ୍ରାଣ ,ମେଳାପୀ , ସାହିତ୍ୟିକ ,କବି ,ଅମାୟିକ , କର୍ତ୍ତବ୍ୟନିଷ୍ଠ ଏବଂ ବିଭିନ୍ନ ଢଗ ଢମାଳିରେ ପାରଙ୍ଗମ ବ୍ୟକ୍ତି ଥିଲେ । ଶ୍ରୀଯୁକ୍ତ ଜେନାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀଯୁକ୍ତ ଜେନାଙ୍କ ବିୟୋଗ ହେବା ଖବର ଶୁଣି ବାଲିଆପାଳ ବ୍ଲକ କଂଗ୍ରେସ ସଭାପତି ମୂରଲୀମୋହନ ସାହୁ, ବରିଷ୍ଠ କଂଗ୍ରେସ ନେତା ବିଜନ ନାୟକ, ଚକ୍ରଧର ସାହୁ, ଜାମକୁଣ୍ଡା ସରପଞ୍ଚ କାଂଚନ ବାଳା ମାହାନା, ପଙ୍କଜ କୁମାର ସାହୁ,ଜଗନ୍ନାଥ ମାହାନା, ବିନୋଦ ବିହାରୀ ଜେନା , ବିଜୟ କୁମାର ଗିରି , ସଂଜୟ କୁମାର ସାହୁ, ଅଜୟ ସେନାପତି ଙ୍କ ସମେତ ବହୁ ରାଜନେତା , ବୁଦ୍ଧିଜୀବୀ , ଶିକ୍ଷାବିତ୍ , ଜ୍ଞାନୀ ଗୁଣୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ଜେନାଙ୍କ ମୃତ୍ୟୁଶଯ୍ୟା ନିକଟରେ ବଡ଼ପୁତ୍ର ତପନ କୁମାର ଜେନା ,ବିଜନ କୁମାର ଜେନା ,ନିର୍ଜନ କୁମାର ଜେନା, ରଂଜନ କୁମାର ଜେନା, ଝିଅ ନିବେଦିତା ଜେନା, ବିସ୍ମିତା ଜେନା ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ଜେନାଙ୍କ ଶବ ନିଜଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଥିବାବେଳେ ବଡ଼ପୁତ୍ର ମୁଖାଗ୍ନି ଦେଇଥିଲେ।