Hot Posts

6/recent/ticker-posts

ତ୍ରୈମାସିକ ସାହିତ୍ୟ ପତ୍ରିକା ସ୍ୱପ୍ନଦୀପର ଉନ୍ମୋଚନ

ବାଲିଆପାଳ, ୧୨/୦୪ ( ସନ୍ୟାସୀ ବେହେରା ) : ବାଲେଶ୍ଵରରେ ଆଜି ଶ୍ରୀମା ଶ୍ରୀଅରବିନ୍ଦ ସାଧନାକେନ୍ଦ୍ରର ୪୯ତମ ବାର୍ଷିକ ଉତ୍ସବରେ ଓଡ଼ିଶାର ସମ୍ଭ୍ରାନ୍ତ ତ୍ରୈମାସିକ ସାହିତ୍ୟ ପତ୍ରିକା ସ୍ୱପ୍ନଦୀପର ତୃତୀୟ ବର୍ଷ ତୃତୀୟ ସଂଖ୍ୟା ଉନ୍ମୋଚନ ହୋଇଥିଲା । ଶ୍ରୀମାଶ୍ରୀଅରବିନ୍ଦ ଦର୍ଶନର ବିଶିଷ୍ଟ ବକ୍ତା ଶ୍ରୀଯୁକ୍ତ ସୁବାସ ଦାସ, ଶିକ୍ଷକନେତା ଓ ଶ୍ରୀମାଶ୍ରୀଅରବିନ୍ଦଙ୍କର ଅନୁଗାମୀ ଶ୍ରୀଯୁକ୍ତ ଇନ୍ଦୁମାଧବ ମହାନ୍ତି, ଜଳେଶ୍ୱର ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ପ୍ରଫୁଲ୍ଲ କୁମାର ଦେ, ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆରୁହାବୃତ୍ତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ ଜେନା, ଶ୍ରୀମା ଶ୍ରୀଅରବିନ୍ଦ ସାଧନାକେନ୍ଦ୍ରର ବିଶିଷ୍ଟ ସାଧକ ଶ୍ରୀଯୁକ୍ତ ଲମ୍ବୋଦର ଦେ, ଶ୍ରୀଅରବିନ୍ଦ ଆଶ୍ରମ ପଣ୍ଡିଚେରୀରେ ରହି ସାଧନାରତ ଶ୍ରୀଯୁକ୍ତ ସର୍ବେଶ୍ୱର ପାତ୍ର, ଆଧ୍ୟାପିକା ସୁଷମା ପଟ୍ଟନାୟକ, ଶ୍ରୀଯୁକ୍ତ ବିକାଶ, ଶ୍ରୀଯୁକ୍ତ ଦୟାନିଧି ଆଦି ମିଳିତ ଭାବରେ ଉନ୍ମୋଚନ କରିଥିଲେ । ସ୍ୱପ୍ନଦୀପ ପତ୍ରିକାର ମୁଖ୍ୟ ସମ୍ପାଦକ ଡ଼ଃ କାଳିକିଙ୍କର ଶ୍ରୀମା ଅରବିନ୍ଦଙ୍କ ଦର୍ଶନ ଓ ସାହିତ୍ୟ ସାମ୍ପ୍ରତିକ ବିଶ୍ୱପାଇଁ ଅତ୍ୟନ୍ତ ଉପାଦେୟ ତଥା ଏହି ଦର୍ଶନ ଓ ସାହିତ୍ୟର ମୂଲ୍ୟାୟନ ଦିଗରେ ସ୍ୱପ୍ନଦୀପ ଆଜି ଓଡ଼ିଶାରେ ସଫଳ ପ୍ରୟାସ କରୁଛି ବୋଲି କହିଥିଲେ । ଏହି ସମାରୋହରେ ସ୍ୱପ୍ନଦୀପ ପତ୍ରିକାର ସମ୍ପାଦିକା ସୌଭାଗିନୀ ମିଶ୍ର ସ୍ୱପ୍ନଦୀପ କେମିତି ସବୁ ବର୍ଗର ଲେଖକ ଓ ପାଠକଙ୍କର ପ୍ରିୟ ହୋଇପାରିଛି ତା ଉପରେ ଆଲୋଚନା କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ ଲେଖକ, ପାଠକ ଓ ଶ୍ରୀମାଶ୍ରୀଅରବିନ୍ଦଙ୍କ ଅନୁଗାମୀ ଯୋଗ ଦେଇଥିଲେ ।