Hot Posts

6/recent/ticker-posts

ଅବସର ପୂର୍ବରୁ ମିଳିଲା ପୂର୍ଣ୍ଣାଙ୍ଗ ପେନସନ୍: ଜୟପୁରରେ ଦୁଇ ଶିକ୍ଷକଙ୍କ ପାଇଁ ନୂତନ ମିସାଲ

ଜୟପୁର, ୩୧/୦୩ ( ଗୁପ୍ତ ପ୍ରସାଦ ପତ୍ରିକା / ଏ,ଭେଙ୍କଟ ରାଓ ) : ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ହାଟକଙ୍ଗା ଉନ୍ନତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ନାରାୟଣ ଚନ୍ଦ୍ର ଦାସ ଓ ଇନ୍ଦିରା କଲନି ଖ ପ୍ରାଥମିକ ବିଦ୍ୟାଳୟ ଜୟପୁର ର ଶିକ୍ଷୟିତ୍ରୀ ଶ୍ରୀମତି ଜ୍ୟୋତ୍ସ୍ନା ପାଣିଗ୍ରାହୀ ତା ୩୧.୦୩.୨୦୨୬ ରେ ଚାକିରି ରୁ ଅବସର ଗ୍ରହଣ କରିବାକୁ ଥିବା ସମୟରେ ଅବସର ଗ୍ରହଣ ପୁର୍ବରୁ ସରକାର ଉକ୍ତ ଦ୍ବୟ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପୁର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର କରିଥିଲେ, ଏ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଦ୍ବୟ ଙ୍କୁ ପୁର୍ଣ୍ଣାଙ୍ଗ ପେନସନ ମଞ୍ଜୁର ଆଦେଶ ପ୍ରଦାନ କରାଯାଇଥିଲା, ଶ୍ରୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ପୁର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର ଆଦେଶ ପ୍ରଦାନ କରିବା ସହିତ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଆଗାମୀ ଜିବନ ସୁଖମୟ ହେବା ନିମନ୍ତେ କାମନା କରିଥିଲେ, କାର୍ଯ୍ୟଳୟ ର ବିଭାଗୀୟ ଅଧିକାରୀ ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି ଓ ବରିଷ୍ଠ ସହାୟକ ଶ୍ରୀ ଶଶୀଭୂଷଣ ଦାଶ୍ ଉପସ୍ଥିତ ରହି ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଦ୍ବୟ ଙ୍କ ଅବସର ପରବର୍ତୀ ସମୟ ଶୁଖ ରେ କଟିବା ନେଇ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଦ୍ବୟ ଠିକ୍ ସମୟରେ କାର୍ଯ୍ୟାଳୟ ରେ କାଗଜପତ୍ର ଦାଖଲ କରିଥିବା ଯୋଗୁଁ ଅବସର ଗ୍ରହଣ ପୁର୍ବରୁ ତାଙ୍କର ପୁର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର କରାଇବା ରେ ଆମେ ସମର୍ଥ ହୋଇ ପାରିଲୁ ବୋଲି ଶ୍ରୀ ଶଶୀଭୂଷଣ ଦାଶ୍ ବରିଷ୍ଠ ସହାୟକ ମତବ୍ୟକ୍ତ କରିଥିଲେ, ଏହି କିଛି ମାସ ହେବ ଅବସର ଗ୍ରହଣ ଦିନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁର୍ଣ୍ଣାଙ୍ଗ ପେନସନ୍ ପାଇ ଆସୁଛନ୍ତି ବୋଲି ଶ୍ରୀ ଦାଶ୍ କହିଛନ୍ତି ଓ ଏହିପରି ଯଦି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତତ୍ପର ହୋଇ ଅବସର ଗ୍ରହଣ ପୁର୍ବରୁ ତାଙ୍କର କାଗଜପତ୍ର ଦାଖଲ କରିବେ ତାହେଲେ ପ୍ରତି ମାସରେ ଅବସର ଗ୍ରହଣ କରୁଥିବା ଦିନ ହିଁ ପୁର୍ଣ୍ଣାଙ୍ଗ ପେନସନ୍ ପାଇବେ ବୋଲି ଶ୍ରୀ ଦାଶ୍ ଦୃଢକ୍ତି କରିଛନ୍ତି



ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ସହ ଏ,ଭେଙ୍କଟ ରାଓ,ଙ୍କ,ରିପଟ ନବଦୂତ ନ୍ୟୁଜ