Hot Posts

6/recent/ticker-posts

ପଂଚାୟତ ଡ଼ିଗ୍ରୀ ମହାବିଦ୍ୟାଳୟ ବେଲଖଣ୍ଡି ରେ ବିଦାୟ କାଳୀନ ସମ୍ବର୍ଦ୍ଧନା

କର୍ଲାମୁଣ୍ଡା, ୦୮/୦୪ (ସୁଶାନ୍ତ ରଣା) : କେସିଙ୍ଗା ବ୍ଲକ ଅଧିନସ୍ଥ ପଞ୍ଚାୟତ ଡ଼ିଗ୍ରୀ ମହାବିଦ୍ୟାଳୟ, ବେଲଖଣ୍ଡି ଠାରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ଦାଶଙ୍କ ସଭାପତିତ୍ବରେ ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ପୂର୍ବତନ ସଭାପତି ଶ୍ରୀଯୁକ୍ତ ମକଳିଙ୍ଗ ଗହୀର ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ତାଙ୍କର ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷ ବର୍ଷ ର ଛାତ୍ରଛାତ୍ରୀ ମାନେ ମଧ୍ୟ ତାଙ୍କର ତିନିବର୍ଷର ଅନୁଭୂତି କୁ ବଖାଣି ଥିଲେ । ଇତିହାସ ବିଭାଗ ର ବରିଷ୍ଠ ଅଧ୍ୟାପକ ଡ. ମଦନ ମୋହନ ସାହୁ , ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସଦାନନ୍ଦ ଶତପଥୀ , ଇଂରାଜୀ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ବିଷୋୟୀ, ବରିଷ୍ଠ କିରାଣୀ ଶ୍ରୀଯୁକ୍ତ ଭକ୍ତବନ୍ଧୁ ପ୍ରଧାନ ଆଦି ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉତ୍ତରାଧିକାର ଉନ୍ନତି ପାଇଁ କାମନା କରିଥିଲେ । ଧର୍ମେନ୍ଦ୍ର ପଧାନ, ଚଉବନ ପଧାନ, ବୁଦ୍ଧଦେବ ପଧାନ, ବିଶ୍ବନାଥ ଭୋଇ ସହଯୋଗ କରିଥିଲେ। ଏହି ସଭାରେ ଦ୍ଵିତୀୟ ବର୍ଷର ଛାତ୍ର ରୋହିତ ଭୋଇ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରୀ ରେଖା ସାହୁ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।