Hot Posts

6/recent/ticker-posts

ବୋଡନ ବ୍ଲକ୍ ଠାରେ ଜିଲ୍ଲା ପ୍ରଶାସନ ଏବଂ କୃଷି ବିଭାଗ ପକ୍ଷ ରୁ ପବିତ୍ର ଅକ୍ଷୟ ତୃତୀୟା ପର୍ବ ପାଳିତ

ବୋଡେ଼ନ, ୨୦/୦୪ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଠାରେ ଜିଲ୍ଲା ପ୍ରଶାସନ ଏବଂ କୃଷି ବିଭାଗ ପକ୍ଷ ରୁ ପବିତ୍ର ଅକ୍ଷୟ ତୃତୀୟା ପର୍ବ ପାଳିତ ହୋଇଯାଇଅଛି। ଏହି ପର୍ବ ରେ , ବିହନ ଅନୁକୂଳ କରି ଜମି ହଳ କରିଥିଲେ ବା ବେଳେ ଜମି ରେ ବିହନ ବୁଣିଥିଲେ। ପାରମ୍ପରିକ ରୀତିନୀତିରେ ମାଟି ମାଁ ଙ୍କ ପୂଜା ଅର୍ଚ୍ଚନା କରିଥିବା ବେଳେ ହଳ ଲଙ୍ଗଳ ପୂଜା କରି ଧାନ ବିହନ କୁ ବଳଦ କୁ ଖୁଆଇ, ଜମିର ଧାନ ବୁଣି ନଙ୍ଗଲ କରିଥିଲେ। କୃଷି ଭିତ୍ତିକ ଏହି ପର୍ବ ପ୍ରତ୍ୟେକ କୃଷୀଙ୍କ ଜୀବନରେ ଏକ ଖୁସିର ପର୍ବ ଅଟେ। ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ବେହୁରା ସଭାପତି କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ କୃଷକ ଓ କୃଷିର ବିକାଶ ଦ୍ୱାରା ବିକଶିତ ନୂଆପଡ଼ା ଗଠିତ ହେବା ସମ୍ଭବ ବୋଲି କହିଥିଲେ।ପବିତ୍ର ଅକ୍ଷୟ ତୃତୀୟା ପର୍ବ ପାଳିତ ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ ବହୁ ଚାଷୀ ଯୋଗ ଦେଇଥିଲେ।