କୋରାପୁଟ ଜିଲ୍ଲା ରେ ଓଡ଼ିଶା ଅମଲା ସଂଘ ର ତ୍ରୟୋବାର୍ଷିକି ସମ୍ମିଳନି ନିମନ୍ତେ ଚିଠି
କୋରାପୁଟ, ୧୯/୦୪ ( ଗୁପ୍ତ ପ୍ରସାଦ ପତ୍ରିକା ) : ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଦାବି ପୂରଣ ନ ହେବା ଦ୍ବାରା ଅମଲା ମାନେ ମାନସିକ ଦୁଶ୍ଚିନ୍ତା ରେ ରହୁଥିବା ବେଳେ ରାଜ୍ୟ ସଂଘ ଏଥି ପ୍ରତି ଦୃଷ୍ଟି ନ ଦେଇ ନିଜ ନିଜ ସ୍ବାର୍ଥରେ ରହୁଥିବା ନେଇ ସମସ୍ତେ ଅସନ୍ତୋଷ ବ୍ୟକ୍ତ କରିଥିଲେ, ବାରମ୍ବାର ରାଜ୍ୟ ସଂଘ ର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଫଳ ଶୁନ ବୋଲି ସମସ୍ତେ ମତ ଦେଇଥିଲେ, ଓଡ଼ିଶା ଅମଲା ସଂଘ ର ତ୍ରୟୋବାର୍ଷିକି ସମ୍ମିଳନି କୋରାପୁଟ ଜିଲ୍ଲା ରେ କରିବା ନିମନ୍ତେ ଶଶୀଭୂଷଣ ଦାଶ୍ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ବାରମ୍ବାର ଦାବି କରୁଥିବାରୁ ତାଙ୍କ ବିରୋଧ ରେ ରାଜ୍ୟ ସଂଘ ର କାର୍ଯ୍ୟାନୁଷ୍ଠାନ କୁ ସମସ୍ତେ ତିବ୍ର ନିନ୍ଦା କରିବା ସହିତ ଏହାର ଦୃଢ଼ ପ୍ରତିବାଦ କରାଯିବା ନେଇ ସମସ୍ତେ ମତ ଦେଇଥିଲେ, ଯେହେତୁ ଶଶୀଭୂଷଣ ଦାଶ୍ ଙ୍କୁ ଅତିରିକ୍ତ ସାଧାରଣ ସମ୍ପାଦକ ଭାବେ ଗୃହ ବିଭାଗ ସ୍ଵିକୃତି ଦେଇଛନ୍ତି ରାଜ୍ୟ ସଂଘ ତାଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେନି ବୋଲି ଶ୍ରୀ ଦାଶ୍ ମତ ଦେଇଛନ୍ତି, ଏ ନେଇ ରାଜ୍ୟ ଗୃହ ସଚିବ ଓଡ଼ିଶା ଙ୍କୁ ଚିଠି ଲେଖି କୋରାପୁଟ ଆଦିବାସୀ ସଂଗ୍ରାହଳୟ ଠାରେ ତା ୨୩.୦୫.୨୦୨୬ ଓ ୨୪.୦୫.୨୦୨୬ ରିଖ ଦିନ ତ୍ରୟବାର୍ଷିକି ସମ୍ମିଳନି କରିବା ନିମନ୍ତେ ଅନୁମତି ନେବା ନେଇ ସୁଚନା ଦେଇଥିଲେ ରାଜ୍ୟ ସଂଘ ନେତୃବୃନ୍ଦ ଙ୍କ ମନମୁଖୀ ଶାସନ ଓ ଆକ୍ରସ ମୁଳକ ମନୋଭାବ କୁ ସମସ୍ତେ ନିନ୍ଦା କରିବା ସହିତ ତାଙ୍କ ବିରୁଦ୍ଧରେ ବିଭିନ୍ନ ଜିଲ୍ଲା ରେ ଆନ୍ଦୋଳନ ହେବ ବୋଲି ମତ ପ୍ରକାଶ ପାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଶଶୀଭୂଷଣ ଦାଶ୍ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ, ଶ୍ରୀ ଜଗନ୍ନାଥ ମାଝୀ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ କୈଳାସ ସାମନ୍ତରାୟ ସାଙ୍ଗଠନିକ ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ସଞ୍ଜୟ କୁମାର ରଥ ଉପସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ସୁଜାତା ମହାପାତ୍ର ଯୁଗ୍ମ ସମ୍ପାଦିକା, ଶ୍ରୀ ତ୍ରିନାଥ ପଣ୍ଡା ବରିଷ୍ଠ ସଦସ୍ୟ, ସଂଯୁକ୍ତା ନାୟକ, ବାଳ ଗୋପାଳ ମିଶ୍ର, ରଜନିକାନ୍ତ ଘଡେ଼ଇ ଓ ସୁଦର୍ଶନ ସାହୁ ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅମଲା ଯୋଗଦାନ କରିଥିଲେ