Hot Posts

6/recent/ticker-posts

ରୋଟାରି କ୍ଲବ ପ୍ରାଇଡ଼ରେ ସ୍ଵାସ୍ଥ୍ୟ ଶିବିର।

ଜୟପୁର, ୧୯/୦୪ ( ଏ. ଭେଙ୍କଟ ରାଓ ) : ରୋଟାରୀ କ୍ଲବ ପ୍ରାଇଡ ଜୟପୁର ତରଫରୁ ଏକ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଡ ନମ୍ରତା ଚକ୍ଷୁ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଛି। ଡ଼.ରାମାରାଓ ହସ୍ପିଟାଲ୍, ବିଶାଖାପାଟଣାର ଅନୁକୁଲ୍ୟୋରେ ଏହି ମେଗା ସ୍ୱାସ୍ଥ୍ୟ ଶିବିରଟି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ଔଷଧ, ନାକ, କାନ, ଗଳା, ସ୍ତ୍ରୀରୋଗ ଜନିତ, ଅସ୍ଥିଶଲ୍ୟ ଓ ମଧୁମେହ ରୋଗ ବିଶେଷଜ୍ଞ ଡ଼ାକ୍ତରଙ୍କ ଦ୍ବାରା ଏକ ମାଗଣା ସାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ଟିକୁ ଜୟପୁର ରୋଟାରୀ କ୍ଲବ ପ୍ରାଇଡର ସଭାପତି ସୁରେଶ ପାଣିଗ୍ରାହୀ, ସମ୍ପାଦକ ରବି ନାରାୟଣ ନନ୍ଦ ଜୋନାଲ ଚେୟାର ପରସନ ରାମନାଥ ସାହୁ ଚାର୍ଟର ସଭାପତି ପ୍ରକାଶ କୁମାର ନାୟକ ଇନର ହୁଇଲ ସଭାନେତ୍ରି ସି ସାବିତ୍ରୀ ଦେବୀ ସମ୍ପାଦିକା କିରଣବାଳା ଶତପଥୀ, ଡ ନମ୍ରତା ମାଝି ରୋଟାରିଆନ ଜି ଭି ରାଓ, ମୁରଲୀ ସାବତ, ରତ୍ନାକର ଚୌଧୁରୀ, ନରେଶ ମହାକୁଡ, କାଳୁରାମ ପଣ୍ଡା, ଜ୍ୟୋତି ରଞ୍ଜନ ଭୋଇ, ସଞ୍ଜୀବ ମିଶ୍ର, ବିକ୍ରମ ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିର ଟିକୁ ଆୟୋଜନ କରିଥିଲେ।