Hot Posts

6/recent/ticker-posts

ରାଇଜିଙ୍ଗ୍ ସନ୍ ପବ୍ଲିକ ସ୍କୁଲ ର ୧୪ତମ ବାର୍ଷିକ ଉତ୍ସବ ପାଳନ

ନୂଆପଡ଼ା, ୧୭/୦୪ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ରାଇଜିଙ୍ଗ୍ ସନ୍ ପବ୍ଲିକ ସ୍କୁଲ, ସିନାପାଲିରେ ତାଙ୍କ ଅନୁଷ୍ଠାନ ର ୧୪ତମ ବାର୍ଷିକ ଉତ୍ସବ ପାଳନ କରିଛନ୍ତି । ଉକ୍ତ ଉତ୍ସବର ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଅତିଥି ଆମନ୍ତ୍ରଣ ଏବଂ ପରିଚୟ ପ୍ରଦାନ କରିଥିଲେ ସ୍କୁଲ ଟିଚର୍ ଦୁଷ୍ମନ୍ତ ପାତ୍ରଏବଂ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ସ୍କୁଲ ର ଛାତ୍ରୀ ମାନେ । ଏହି ବାର୍ଷିକ ଉତ୍ସବର ସଭାକାର୍ଯ୍ୟ ସ୍କୁଲ ପରିଚାଳନା ନିର୍ଦ୍ଦେଶକ ରଜନୀକାନ୍ତ ମେହେର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥ‌ିବା ବେଳେ, ମୁଖ୍ୟଅତିଥି ରୁପେ କାର୍ମୀ ଓରାମ (ବିଡିଓ ସିନାପାଲି ବ୍ଲକ ), ମୁଖ୍ୟବକ୍ତା ରୁପେ କନକବଦ୍ଧନ ସାହୁ (ଓଡିଆ ଅଧ୍ୟାପକ ସିନାପାଲି କଲେଜ), ସମ୍ମାନିତ ଅତିଥୁ ରୁପେ କାମେଶ୍ବ ତାଣ୍ଡି (ବନଖଣ୍ଡ ରେଞ୍ଜର, ସିନାପାଲି), ରାଜେନ୍ଦ୍ର ନାରାୟଣ ଯୋଷୀ (ସମ୍ପାଦକ, ରାଇଜିଙ୍ଗ୍ ସନ୍ ପବ୍ଲିକ ସ୍କୁଲ) ଏବଂ ଦେବେଶ ହଂସ (ପ୍ରିନ୍ସିପାଲ୍ ରାଇଜିଙ୍ଗ୍ ସନ୍ ପବ୍ଲିକ ସ୍କୁଲ) ମଞ୍ଚାସୀନ ରହିଥିଲେ । ସମ୍ପାଦକ ଯୋଷୀ ନିଜ ସ୍କୁଲର 2ର ଉନ୍ନତି ଏବଂ ତାର ଗୌରବଶାଳୀ ଗାଥାକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ। ବିଡିଓ ଓରାମ ଶିକ୍ଷାର ଗୁଣାତ୍ମକ ମାନ ସମନ୍ଧରେ ଆଲୋକପ କରିଥିଲେ। ରେଞ୍ଜର ତାଣ୍ଡି ତାଙ୍କର ବକ୍ରବ୍ୟ ରେ କହିଥିଲେ ଯେ ଶିକ୍ଷା ସମସ୍ତଙ୍କ ମୌଳିକ ଅଧିକାର ଅଟେ । ଉତ୍ତମ ଶିକ୍ଷାବଳରେ ଛାତ୍ରଛାତ୍ରୀ ମା ବହୁତ କିଛି ଅସାଧ୍ୟ କାର୍ଯ୍ୟକୁ ସହଜରେ ହାସଲ କରିପାରିବେ, ଜଙ୍ଗଳ ସୁରକ୍ଷା ପାଇଁ ସମସ୍ତଙ୍କୁ ସେ ଉତ୍ସବ ମଞ୍ଚରୁ ଆହ୍ୱାନ କରିଥିଲେ। ମୁଖ୍ୟବକ୍ତା ସାହୁ ତାଙ୍କର ବଳିଷ୍ଠ ବକ୍ରବ୍ୟ ମାଧ୍ୟମରେ ସିନାପାଲି ଅଞ୍ଚଳର ଗୌରବ ଗାରିମା କୁ ବଖାଣିଥିଲେ ଏବଂ ଅଞ୍ଚଳର କବି ମାନଙ୍କ ଲେଖାରୁ କିଛି ପନ୍ତି ଉଦ୍ଧୃତ କରି ସିନାପାଲି ଅଞ୍ଚଳର ଇତିହାସକୁ ସମସ୍ତଙ୍କ ନିକଟରେ ପରଷି ଦେଇଥିଲେ, କାହାଣ ମାନେ Iଣୀ ଛଳରେ କରେ ୯ ଅଙ୍କ ର ବଡପଣିଆ ଆର ଗର୍ବ ଏବଂ ଧର୍ଯ୍ୟର ଉଦାହରଣ ଦେଇ ୧ ସଂଖ୍ୟା ଏବଂ ଶୁନ୍ ର ମିଳନରେ ୯ ଅଙ୍କ ରୁ ବଡ ଦଶ ଅଙ୍କ ସୃଷ୍ଟି ସମ୍ପର୍କରେ କହିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚରେ ପୁରସ୍କୃତ କରିବା ସହିତ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ନିଖୁଣ ନୃତ୍ୟକଳା ଅଗଣିତ ଦର୍ଶକ ଏବଂ ଅଭିଭାବକ ମାନଙ୍କ ମନ ମୋହିଥିଲା। ରଜନୀକାନ୍ତି ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ