ସିନାପାଲିରେ ପଣା ବଣ୍ଟନରେ ମାନବତାର ସୁଗନ୍ଧ: ଆଦର୍ଶ ଯୁବକ ସଂଘର ଉଦ୍ୟମ ପ୍ରଶଂସନୀୟ
ସିନାପାଲି, ୧୪/୦୪ ( ପରମେଶ୍ୱର ମେହେର ) : ମହା ବିଷୁବ ସଂକ୍ରାନ୍ତି ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ତଥା ହନୁମାନ ଜନ୍ମୋତ୍ସବ ଅବସରରେ ସିନାପାଲିରେ ଦେଖାଗଲା ସେବା ଓ ସହଯୋଗର ଅନନ୍ୟ ଦୃଶ୍ୟ । ଆଦର୍ଶ ଯୁବକ ସଂଘ, ସିନାପାଲି ପକ୍ଷରୁ ସ୍ଥାନୀୟ ବ୍ଲକ ଛକ ପାଖରେ ଏକ ବ୍ୟାପକ ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ସାଧାରଣ ଲୋକଙ୍କ ମନକୁ ଛୁଇଁଥିଲା । ତିବ୍ର ଗ୍ରୀଷ୍ମ ତାପ ଦିନରେ, ଶହ ଶହ ପଥଚାରୀ ଏହି ପଣା ପିଇ ନିଜ ଶୋଷ ଶାନ୍ତ କରିବା ସହ ଆୟୋଜକମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ । ଏହି ସେବାମୂଳକ କାର୍ଯ୍ୟକ୍ରମରେ ସିନାପାଲି ଗ୍ରାମ ପଂଚାୟତର ସମିତି ସଭ୍ୟ ଶ୍ରୀ ମନିଷ ପଟେଲଙ୍କ ଉପସ୍ଥିତି ଉଦ୍ୟମକୁ ଅଧିକ ଗରିମାନ୍ୱିତ କରିଥିଲା । ସଂଘର ସଭାପତି ଡମ୍ବରୁଧର ମେହେରଙ୍କ ନେତୃତ୍ୱରେ ସମ୍ପାଦକ ବିରାଟ ମେହେର ଓ ସଦସ୍ୟମାନେ—ଜିତେନ୍ଦ୍ର ମେହେର, ନରେଶ ମେହେର, ଅଖିଳ ମେହେର, ହେମସାଗର ମେହେର, ଦେବେନ୍ଦ୍ର ମେହେର, ଯୁଗେ ମେହେର, ଭବାନୀ ମେହେର, ମନୋଜ ମେହେର, ରିଙ୍କୁ ମେହେର, ପିଙ୍କୁ ମେହେର, ପିଣ୍ଟୁ ମେହେର, ଦଶରଥ ନାଏକ, ହେମାନନ୍ଦ ମେହେର, ପ୍ରମୋଦ ମେହେର, କ୍ରିଷ୍ଣା ମେହେର, ପୁସ୍ତମ ମେହେର, ଝୁଲନ ସେଠି, ମଳୟ ମେହେର ତଥା ରେଣୁ ରଞ୍ଜନ ମେହେର, ସୂର୍ଯ୍ୟଭାନୁ ମେହେର, ଲିତିକା ମେହେର ସହ ଅନ୍ୟାନ୍ୟ ଯୁବକମାନେ ଏହି ମହତ୍ କାର୍ଯ୍ୟ ପଣା ବଣ୍ଟନରେ ସ୍ୱଇଚ୍ଛାରେ ସହଯୋଗ କରିଥିଲେ । ପଣା ସଂକ୍ରାନ୍ତି ଓଡ଼ିଆ ପରମ୍ପରାର ଏକ ଅମୂଲ୍ୟ ପର୍ବ, ଯାହା ସେବା, ସମର୍ପଣ ଓ ସମ୍ପ୍ରୀତିର ସନ୍ଦେଶ ଦେଇଥାଏ । ଏହି ଦିନରେ ଛତୁଆ, ଦହି, କଦଳୀ, ଛେନା, ଗୁଡ଼, କଦଳୀ, ବେଳ, ତରବୁଜ, ସେଓ, ଅଙ୍ଗୁର, ଲେମ୍ବୁ, ଓ ଅଦା ଭଳି ଅନ୍ୟାନ୍ୟ ପୌଷ୍ଟିକ ଉପାଦାନରେ ପ୍ରସ୍ତୁତ ପଣା ଶରୀରକୁ ଶୀତଳତା ଦେବା ସହ ଉତ୍ସବର ଆନନ୍ଦକୁ ଦୁଗୁଣ କରେ । ସାମାଜିକ ସଂଗଠନମାନଙ୍କ ପକ୍ଷରୁ ଏପରି ପଣା ବଣ୍ଟନ କାର୍ଯ୍ୟକ୍ରମ କେବଳ ପରମ୍ପରାକୁ ଜୀବନ୍ତ ରଖୁନାହିଁ, ବରଂ ସମାଜରେ ସହଯୋଗ, ଭାଇଚାରା ଓ ମାନବତାର ଭାବନାକୁ ମଜବୁତ କରୁଛି । ସିନାପାଲିର ଏହି ପ୍ରୟାସ ଅନ୍ୟ ସଂଗଠନମାନଙ୍କ ପାଇଁ ଏକ ପ୍ରେରଣା ହୋଇ ରହିବ ବୋଲି ସ୍ଥାନୀୟ ମହଳରେ ମତ ପ୍ରକାଶ ପାଇଛି ।