Hot Posts

6/recent/ticker-posts

ନୂଆପଡା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଜଳଛତ୍ର ଉଦଘାଟିତ

ନୂଆପଡା, ୧୯/୦୪ ( ପରମେଶ୍ୱର ମେହେର ) : ନୂଆପଡା ଏସପିଙ୍କ କାର୍ଯ୍ୟାଳୟ । ସମ୍ମୁଖରେ ଏକ ଜଳଛତ୍ର ଉଦଘାଟିତ ହୋଇଯାଇଛି। ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଜନସାଧାରଣମାନଙ୍କ ଲାଗି ପାନୀୟ ଜଳ ବ୍ୟବସ୍ଥା କରିବାକୁ ଥାନା ସାମ୍ନାରେ ଥିବା ଜାତୀୟ ରାଜପଥ ରାସ୍ତା ପାର୍ଶ୍ବରେ ଏହି ଜଳଛତ୍ର ଖୋଲାଯାଇଛି । ସୂଚନାମୁତାବକ ନୂଆପଡା ଏସପି ଅମିତ୍ରପାଳ ସିଂ ଜଳଛତ୍ର କୁ ଉଦଘାଟନ କରିଛନ୍ତି। ଏହି ରାସ୍ତା ଦେଇ ଯିବା ଆସିବା କରିଥିବା ଲୋକଙ୍କୁ ଥାନା କର୍ମଚାରୀମାନେ ଦହିଘୋଳ ଏବଂ ଲେମ୍ବୁପାଣି ବଣ୍ଟନ କରିଛନ୍ତି। ନୂଆପଡାରେ ତାପମାତ୍ରା ଦିନକୁ ଦିନ ବଢ଼ି ୪୦ ଡିଗ୍ରୀ ଅତିକ୍ରମ କରିଥିବାରୁ ଜନସାଧାରଣମାନେ ବାହାରକୁ ବାହାରିବା କଷ୍ଟ କର ହୋଇପଡୁଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରକ୍ତି ଏସପି, ନୂଆପଡା ଏସଡିପିଓ କ୍ଷୀରେଶ୍ବର ସାହୁ, ସ୍ବାଧୀନ ମିଶ୍ର, ନୂଆପଡା ଥାନା ଅଧିକାରୀ ଗଙ୍ଗାଧର ମେହେର ଓ ଅନ୍ୟ ପୋଲିସ ଅଧିକାରୀମାନେ ସାମିଲ ହୋଇ ସହଯୋଗ କରିଥିଲେ।