Hot Posts

6/recent/ticker-posts

ଜାମଶୂଳୀ କଲେଜରେ ଓଡ଼ିଆ ପକ୍ଷ ପାଳନ ଅବସରରେ କର୍ମଚାରୀଙ୍କ ପାରମ୍ପାରିକ ପୋଷାକ ପରିଧାନ ଅଭିଯାନ ।

ବାଲିଆପାଳ, ୦୪/୦୪ ( ସନ୍ୟାସୀ ବେହେରା ) : ଓଡ଼ିଆ ପକ୍ଷ ପାଳନ ଅବସରରେ ଜାମଶୂଳୀ ସ୍ଥିତ ଲଷ୍ମୀ ନାରାୟଣ କଲେଜର ଅଧ୍ୟାପକ ଓ କର୍ମଚାରୀ ମାନେ ଶୁକ୍ରବାର କଲେଜ ପରିସରରେ ପାରମ୍ପାରିକ ପୋଷାକ ପରିଧାନ ଅଭିଯାନ କରିଥିଲେ। ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ଏବେ ରାଜ୍ୟ ବ୍ୟାପି ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଏପ୍ରିଲ ପହିଲା ଠାରୁ ୧୪ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯିବ । ବସ୍ତ୍ର ହେଉଛି ଆମ ସ୍ୱାଭିମାନ ଓ ପରିଚୟ। ଓଡିଶାର ହସ୍ତ ତନ୍ତ ସମଗ୍ର ବିଶ୍ୱରେ ଖୁବ ପ୍ରସିଦ୍ଧ।ଶୁକ୍ରବାର ଅନୁଷ୍ଠିତ ଏହି ଅଭିଯାନରେ କଲେଜ ଅଧ୍ୟକ୍ଷ ପ୍ରଧ୍ୟାପକ ଦିବ୍ୟନ୍ଦୁ କୁମାର ଗିରି, ବସ୍ତା ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ, ଡ଼ ସୁକାନ୍ତ କୁମାର ଗିରି, ପ୍ରଧ୍ୟାପକ ଦେବବ୍ରତ ଦାସ, ସଂଗ୍ରାମ କେଶରୀ ନାୟକ, ନିର୍ମଳ କୁମାର ସାମଲ,ସଞ୍ଜୟ କୁମାର ଦେ, ବାଙ୍କିମ ମୈକାପ, ବଂଶୀଧର ନାୟକ, ପି ଆର ଦାସ,ତାପସ ତନୟ ନନ୍ଦୀ, ଅଜିତ କୁମାର ଭୂୟାଁ, ପ୍ରକାଶ ବିଶ୍ୱାଳ, ଅଧ୍ୟାପିକା ସ୍ଵାଗତିକା ଜେନା, ଲିଜା ରାଣୀ ସାହୁ ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରିଥିଲେ।ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରଭାତ ରଞ୍ଜନ ଦାସ ପକ୍ଷ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ।ଅଧ୍ୟକ୍ଷ ଶ୍ରୀ ଗିରି ଓଡ଼ିଆ ହସ୍ତ ତନ୍ତ ର ମହାନ ପରମ୍ପରା ସମ୍ପର୍କ ରେ କହିଥିଲେ। ତହସିଲଦାର ଶ୍ରୀ ପଟ୍ଟନାୟକ ଉତ୍କଳ ର ମହାନ ସଂସ୍କୃତି ସମ୍ପର୍କ ରେ କହିଥିଲେ।