ମରିଚମାଲ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ସଚେତନ ଓ ଜନଶୁଣାଣି ଶିବିର ।
କୋରାପୁଟ, ୦୬/୦୪ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକ ଅନ୍ତର୍ଗତ ମରିଚମାଲ ଗ୍ରାମ ପଞ୍ଚାୟତରେ ସତନ୍ତ୍ର ସଚେତନ ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ମସ୍ତିପୁଟିଆଙ୍କ ଅଧ୍ୟକ୍ଷାତାରେ ଆରମ୍ଭ କରାଯାଇ ଗ୍ରାମ ପଞ୍ଚାୟତ ଉନ୍ନତି ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ଶତପଥୀଙ୍କ ହସ୍ତରେ ଅର୍ପଣ କରିଥିଲେ ।କିନ୍ତୁ ଉକ୍ତ ସ୍ୱତନ୍ତ୍ର ଶିବିରର ମୁଖ୍ୟ ଦାୟିତ୍ୱ ଓ ପରିଚାଳନା ସ୍ଥାନୀୟ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଇଶ୍ୱର ଚନ୍ଦ୍ର ମିଶ୍ର ତୁଲାଇ ନେଇଥିଲେ। ଏହି ଜନଶୁଣାଣି କାର୍ଯ୍ୟକ୍ରମ ରେ ବିଭିନ୍ନ ସରକାରୀ ବିଭାଗର ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ଓ ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀଗଣ ଓ ବିଭିନ୍ନ ଗ୍ରାମରୁ ଆସିଥିବା ସାଧାରଣ ଜନତା ଯୋଗ ଦେଇ ଆପଣା ଆପଣା ଅଭିଯୋଗଗୁଡ଼ିକ ଉପସ୍ଥାପନା କରିଥିଲେ । କିନ୍ତୁ ସେଥିମଧ୍ୟରୁ ଚାରି ଗୋଟି ଅଭିଯୋଗକୁ ଗୁରୁତ୍ୱ ଦିଆଗଲା ୩ଟି ଗୋଷ୍ଠୀମୂଳକ ଓ ଗୋଟିଏ ବ୍ୟକ୍ତିଗତ ଅଭିଯୋଗ ଥିଲା । ମରିଚମାଲ ଗ୍ରାମର ସିଦ୍ଧେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ଗୋଦାମ ଗୃହ ନିର୍ମାଣ କରିବା ପାଇଁ ଓ କଣ୍ଡାଗୁଡ଼ା ଗ୍ରାମରେ ପ୍ରାଥମିକ ସ୍କୁଲରେ ନୂତନ ଛାତ୍ରାଆବାସ ନିର୍ମାଣ କରିବା ପାଇଁ ଓ ସଞ୍ଜନା ଭୋଇ ରାସନ କାର୍ଡକୁ ଚାଲୁକରାଇବାକୁ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତିନିଧିତ୍ୱ କରିଥିବା ଗ୍ରାମ ପଞ୍ଚାୟତ ଉନ୍ନତି ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ଶତପଥୀ ଅତିଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ପ୍ରତିଶୁତି ଦେଇଛନ୍ତି । ଆଜିର ସ୍ୱତନ୍ତ୍ର ସଚେତନ ଓ ଅଭିଯୋଗ ଜନ ଶୁଣାଣି ଶିବିରରେ ଶ୍ରୀମତୀ ଶୈଳବାଲା ମିଶ୍ର ଏଡିଇଓ , ଶ୍ରୀମତୀ ସବିତା ପାତ୍ର ବିପିସି ଆର୍ ଏଚ୍, ଶ୍ରୀମତୀ ପିଙ୍କି ଆଦାରି ବିଏସଏସ ଇନ୍ଚାର୍ଜ, ଶ୍ରୀ ସନ୍ତୋଷ ସିଂହ ଆର୍ ଡବ୍ଲୁ ଏସ୍ ଏସ,ଶ୍ରୀ ଦୀପକ୍ କୁମାର ନାୟକ ଡବ୍ଲୁ ଇ ଓ , ଶ୍ରୀମତୀ ସୁନନ୍ଦା ଖରା ଏନ୍.ଆର୍. ଇ ଜି ଏସ ,ଶ୍ରୀ ଜଗନ୍ନାଥ ମିଶ୍ର ଆର୍.ଡି , ଗୌରୀ ହନ୍ତାଳ ଏ ଇ ଓ, ଶ୍ରୀମତୀ କୁମ୍ବଦିନୀ ସେଠୀ ଜଙ୍ଗଲ୍ ବିଭାଗ, ଶ୍ରୀମତୀ ବି. ପ୍ରେମ କୁମାରୀ ଆଇ ସି ଡି ଏସ ରୁ ଯୋଗ ଦେଇ ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିଲେ ।