ଖୋଲା ହେଲା କି ଓଭର ବ୍ରିଜ।
ରାୟଗଡ଼, ୩୧/୦୩ ( ଭି. ଗୌରି ଶଙ୍କର ରାଓ ) : ଖୋଲା ହେଲା କି ଓଭର ବ୍ରିଜ, ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳ 7ଟା ଠାରୁ ରାତ୍ରି 9ଟା ପର୍ୟ୍ୟନ୍ତ କେବଳ ଦୁଇ ଚକିଆ ଯାନକୁ ଯାତାୟତ କରିବା ପାଇଁ ଅନୁମତି ମିଳିଛି। କିନ୍ତୁ, ଦୁଇ ଦିନ ହେଲା 3ଚକିଆ ଓ 4 ଚକିଆ ଯାନ ଜୋର୍ ଜବରଦସ୍ତି ଦେଖିବାକୁ ମିଳୁଛି। ଏହିଭଳି ସ୍ଥିତିରେ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଦୁର୍ଘଟଣା ଘଟେ ଏଥିପାଇଁ ଦାୟୀ କିଏ ବୋଲି ଅଞ୍ଚଳ ବାସି ଙ୍କ ମନରେ ପ୍ରଶ୍ନ କରୁଛନ୍ତି। ବର୍ତ୍ତମାନ୍ ଓଭର ବ୍ରିଜ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ରାସ୍ତା ଉପରେ ଚିପସ୍, ବାଲି, ସିମେଣ୍ଟ, ପିଚୁ ଡ୍ରମ ଓ କାମରେ ଲାଗୁଥିବା ଜେଶିବି, ଟ୍ରାକ୍ଟର ଭଳି ଗାଡ଼ି ଗୁଡ଼ିକ ବ୍ରିଜ ମରାମତି ପାଇଁ ବ୍ରିଜ ଉପରେ ରହିଛି।