ଉତ୍କଳ ସମ୍ମିଳନୀ ବାଲିଆପାଳ ଶାଖା ପକ୍ଷରୁ ମଧୁସୂଦନ ଦାସଙ୍କ 178 ତମ ଜୟନ୍ତୀ ପାଳିତ ।
ବାଲିଆପାଳ, ୨୮/୦୪ ( ସନ୍ୟାସୀ ବେହେରା ) : ଉତ୍କଳ ସମ୍ମିଳନୀ ବାଲିଆପାଳ ଶାଖା ପକ୍ଷରୁ ମଙ୍ଗଳବାର ଶ୍ରୀହରି ମଣ୍ଡଳ ଙ୍କ ଵାସ ଭବନରେ ମଧୁସୂଦନ ଦାସଙ୍କ 178 ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ସଭାପତି କୁଞ୍ଜକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ଡ଼ଃ କାଳିକିଙ୍କର ଦାସ, ଡ଼ଃ ସୁକାନ୍ତ କୁମାର ଗିରି, ଶିକ୍ଷାବିତ ସୁବାସ ଚନ୍ଦ୍ର ଚୌଧୁରୀ, ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ, ପ୍ରାକ୍ତନ ସେନା ଅଧିକାରୀ କମଳ ଲୋଚନ ପିଳା, ଗୀତିକାର ରବୀନ୍ଦ୍ର ଦତ୍ତ, ମନ୍ମଥ କୁମାର ସାହୁ, ବୀର ମାଧବ ଦାସ,ଅରବିନ୍ଦ ବେହେରା, ଶ୍ରୁତି ରେଖା ପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ମଧୁସୂଦନ ଦାସଙ୍କ ତ୍ୟାଗ ପୁତ୍ତ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱରଂଜନ ସେଠୀ, କବୀ ସବିତା ରାଣୀ ଦାସ,ପ୍ରଫୁଲ୍ଲ କୁମାର ବାଗ,ଆରତୀ ପାତ୍ର,ମନୋଜ କୁମାର ସି, ରାମ ଚନ୍ଦ୍ର ଜେନା, ଅକ୍ଷୟ କୁମାର ଦାସ, ଜୟନ୍ତୀ ଜେନା, ସାମ୍ବାଦିକା ରମିତା ବିଶ୍ୱାଳ,କବିତା ଗିରି , ସୌଭାଗିନୀ ମିଶ୍ର, ସଞ୍ଜୁବାଳ ଦାସ ଅଧିକାରୀ, ଉମାକାନ୍ତ ଜେନା, ଅଦ୍ୱୈତ କୁମାର ବାଗ, ସାମ୍ବାଦିକ ଗୋପାଳ ଚନ୍ଦ୍ର ସାହୁ, ଦିଲ୍ଲୀପ କୁମାର ଦାସ, ନଳିନୀ କାନ୍ତ ପାଢ଼ୀ, ଅର୍ଦ୍ଧେନ୍ଦୁ ପାଣିଗ୍ରାହୀ, ବିଜୟ କୁମାର ପାତ୍ର, ସବିତା ସାହୁ, ଅନିତା ପରିଡା, ପୁଷ୍ପଲତା ସାହୁ, ନମିତା ଜେନା, ଝରଣା ନାୟକ, ସନାତନ ଗଙ୍ଗାଇ, ରାମ କୃଷ୍ଣ ଦାସ ଅଧିକାରୀ, କାଞ୍ଚନ ବାଳା ଦାସ, ମନୋରଞ୍ଜନ ବେହେରା, ସଂଜିତା ଜେନା, କମଳ ଲୋଚନ ଦତ୍ତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସଭାରେ ବାଲିଆପାଳ ଶାଖାର ସମ୍ପାଦକ ସନ୍ୟାସୀ ବେହେରା ଅତିଥି ପରିଚୟ ଓ କାର୍ଯ୍ୟକାରୀ ସଭାପତି ଶ୍ରୀହରି ମଣ୍ଡଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।