ସୂଚନା ଅଧିକାର ଅଧିନିୟମ ୨୦୦୫ ଉପରେ କର୍ମଶାଳା ଅନୁଷ୍ଠିତ l
ରାୟଗଡ଼, ୧୩/୦୩ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ -୨୦୦୫ ଅଧିନିୟମ ଅନ୍ତର୍ଗତ ଜିଲ୍ଲାର ଅପିଲ କର୍ତୃପକ୍ଷ, ଜନ ସୂଚନା ଅଧିକାରୀ, ସହକାରୀ ଜନ ସୁଚନା ଅଧିକାରୀ ମାନଙ୍କୁ ନେଇ ସୂଚନା ଅଧିକାର ଆଇନ ୨୦୦୫ ଉପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ମାଷ୍ଟର ଟ୍ରେନର ଶ୍ରୀ ହର୍ଷ ପରିଛା ଯୋଗଦେଇ ସୂଚନା ଅଧିକାରର ଆବଶ୍ୟକତା ଓ ଏହାର ବ୍ୟବହାର ଉପରେ ବୁଝାଇଥିଲେ l ସେହିପରି ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ନାୟକ ଯୋଗଦେଇ ସୂଚନା ଅଧିକାର ଆଇନର ବୈଶ୍ୟଷ୍ଠତା ଉପରେ ବୁଝାଇଥିଲେ l ସେହିପରି ଶ୍ରୀ କାଳୁଚରଣ ନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାୟଗଡ଼ ଯୋଗଦେଇ ସୂଚନା ଅଧିକାର ଆଇନ ଅନ୍ତର୍ଗତ ସ୍ବେଛାକୃତ ଘୋଷଣା ଉପରେ ବିସ୍ତୃତ ଭାବରେ ଉପସ୍ଥାପନା କରି ବୁଝାଇଥିଲେ l ସହକାରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ ଉପସ୍ଥିତ ଥିଲେ l ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ତଥା ଅପିଲ କର୍ତୃପକ୍ଷ, ଜନସୂଚନା ଅଧିକାରୀ, ସହକାରୀ ଜନ ସୂଚନା ଅଧିକାରୀ ମାନେ ଯୋଗଦେଇ ସଂସାଧକ ମାନଙ୍କ ସହିତ ସୂଚନା ଅଧିକାର ଆଇନ ସମ୍ବନ୍ଧରେ ପରସ୍ପର ଆଲୋଚନା କରି ଥିଲେ l ଆପଣଙ୍କ ଦିଆ ଖବରଟିକୁ ଠିକ୍ ଭାଷା, ବ୍ୟାକରଣ ଓ ପ୍ରେସ୍ ରିଲିଜ୍ ଶୈଳୀରେ ଏଭଳି ରେକ୍ଟିଫାଇ କରାଯାଇପାରେ