Hot Posts

6/recent/ticker-posts

କତ୍ରକେତାରେ ବାଳାନ୍ଦାପଡା ଶାଖା ଓ ଲୁଇସିଂ ଉପଶାଖା କୁଇ ସମାଜ ସେବା ସମିତିର ବାର୍ଷିକ ଅଧିବେଶନ ସଫଳତାର ସହ ଅନୁଷ୍ଠିତ

କନ୍ଧମାଳ ୨୯/୦୩ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଲୁଇସିଂ ଗ୍ରାମ ପଞ୍ଚାୟତର କତ୍ରକେତା ଗ୍ରାମରେ କୁଇ ସମାଜ ସେବା ସମିତି, ଫୁଲବାଣୀର ନୂତନ ଗଠିତ ଶାଖା ବାଳନ୍ଦାପଡ଼ା ଓ ଉପଶାଖା ଲୁଇସିଂଙ୍କ ମିଳିତ ପ୍ରୟାସରେ ଦୁଇ ଦିନିଆ ବାର୍ଷିକ ସାଧାରଣ ଅଧିବେଶନ ଶନିବାର ଓ ରବିବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ ଯୋଗଦେଇ ସମାଜର ସମୃଦ୍ଧି ଓ ଏକତାରେ ଏପରି ଆୟୋଜନର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ। ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କହଁର ସମାଜିକ ସଚେତନତା ଓ ସଂଗଠନ ଶକ୍ତି ବୃଦ୍ଧି ଉପରେ ମତ ପ୍ରକାଶ କରିଥିଲେ।ଏହାସହ ସମ୍ମାନିତ ଅତିଥି ଭାବେ ଆଦିବାସୀ ମହାସଂଘ କନ୍ଧମାଳ ଜିଲ୍ଲା ସଭାପତି ମନୋଜ କୁମାର ପ୍ରଧାନ ଓ ପଞ୍ଚାୟତ ସମିତି ଫିରିଙ୍ଗିଆ ଅଧ୍ୟକ୍ଷା ଶ୍ରୀମତୀ ନମିତା କହଁର ଯୋଗଦେଇଥିଲେ। ଏହି ଅଧିବେଶନରେ ଶାଖା କାର୍ଯ୍ୟକାରୀ ସଭାପତି ରାମଚନ୍ଦ୍ର ମଲିକଙ୍କ ନେତୃତ୍ବରେ ସମ୍ପାଦକ ରୂପରଞନ ମଲିକ ଓ କୋଷାଧ୍ୟକ୍ଷ ମଙ୍ଗଳୁଧର କହଁର ସମେତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ । କନ୍ଧ ସଂସ୍କୃତି ପ୍ରଚାରକ ଉତ୍ତମ କହଁର, ଗୋବିନ୍ଦ ଚନ୍ଦ୍ର କହଁର ଓ ରାଧେଶ୍ୟାମ କହଁର ମଧ୍ୟ ସଭାରେ ଉପସ୍ଥିତ ଥିଲେ। ଏହି ଅବସରରେ ଚାରିଟି ଗ୍ରାମ ପଞ୍ଚାୟତର ସରପଞ୍ଚ, କୁଇ ସମିତିର ସଭ୍ୟ, ୱାର୍ଡ ମେମ୍ବରମାନେ ସହ ଚାରିଟି ଶାଖାର କର୍ମକର୍ତ୍ତା ଓ ସାଧାରଣ ଜନସାଧାରଣଙ୍କ ବ୍ୟାପକ ଉପସ୍ଥିତି ଦେଖିବାକୁ ମିଳିଥିଲା। ପ୍ରାୟ ତିନି ହଜାରରୁ ଅଧିକ ଲୋକ ଏହି ଅଧିବେଶନରେ ଯୋଗଦେଇ ସଭାକୁ ସଫଳ କରିଥିଲେ। ସମଗ୍ର ଅଧିବେଶନ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାବଦ୍ଧ ପରିବେଶରେ ସଫଳତାର ସହ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।