ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଂଚାଇଲେ ଆରପିଏଫ୍ କନେଷ୍ଟବଳ
ରାୟଗଡ଼ା, ୨୬/୦୩ ( ଭି. ଗୌରି ଶଙ୍କର ରାଓ ) : ଏହି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ । ସୂଚନା ମୁତାବକ ରବିବାର ପ୍ରାୟ ୧୨.୫୦ସମୟରେ ଜଣେ ଯାତ୍ରୀ ରାୟଗଡ଼ା ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ନାଗାବଳୀ ଏକ୍ସପ୍ରେସ(୨୦୮୯୦) ଟ୍ରେନ୍ରେ ଜଣେ ଯାତ୍ରୀ ଚଢ଼ିବା ବେଳେ ଅଚାନକ ଟ୍ରେନରୁ ଖସି ପଡ଼ୁଥିଲେ । ତେବେ ସେଠାରେ କାର୍ଯ୍ୟରତ କନେଷ୍ଟବଳ ଅଙ୍କୁର ଚୌଧୁରୀ ଏହା ଦେଖି ଯାତ୍ରୀଙ୍କୁ ଧରିନେଇଥିଲେ । ଯାହାଫଳରେ ଟ୍ରାକ୍ରେ ପଡ଼ିବା ଭଳି ଅଘଟଣରୁ ବର୍ତିି ଯାଇଥିଲେ ଯାତ୍ରୀ ଜଣକ । କନେଷ୍ଟବଳ ଚୌଧୁରୀ ପୂର୍ବରୁ ମଧ୍ୟ ଏହିଭଳି ଅନେକଥର ଯାତ୍ରୀଙ୍କ ଜୀବନ ବଂଚାଇବାର ନଜିର ରହିଛି । ତାଙ୍କର କର୍ତବ୍ୟପରାୟଣ କାର୍ଯ ପାଇଁ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି କନେଷ୍ଟବଳ ଚୌଧୁରୀ ।