ଶିଶୁ ସାହିତ୍ୟିକ, ସଂଗଠନ ପ୍ରେମୀ,ହୋମିଓପ୍ୟାଥିକ ଚିକିତ୍ସକ ଗୁରୁଚରଣ ସାହୁ ଙ୍କ ପରଲୋକ
ବରୀ, ୨୬/୦୩ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତ ର ଭଳିନୂଆଗାଁ ର ସଂଗଠନ ପ୍ରେମୀ,ଜଗା ଶିଶୁ ସାହିତ୍ୟ ସଂସଦ ର ସଭ୍ୟ, ଘରୋଇ ହୋମିଓପ୍ୟାଥିକ୍ ଚିକିତ୍ସକ ସଂଘ(ପି. ଏଚ୍.ପି.ଏ) ର ପ୍ରତିଷ୍ଠାତା ସଭ୍ୟ ହୋମିଓପ୍ୟାଥିକ୍ ଚିକିତ୍ସକ ଡଃ ଗୁରୁଚରଣ ସାହୁ ଙ୍କର କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ରାତିରେ ପରୋଲୋକ ଘଟିଛି। ତାଙ୍କ ପରଲୋକରେ ବରୀ ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି । ମାଳଦା ବଜାର କମିଟି ଶୋକ ଉଦ୍ଦେଶ୍ୟରେ ବନ୍ଦ ରହିଥିଲା। ତାଙ୍କ ପରଲୋକରେ ଖବର ପାଇ ବରୀ ବିଶ୍ଵ ହିନ୍ଦୁ ପରିଷଦ ର ସମରସତ୍ତା ପ୍ରମୁଖ ଚିତ୍ତ ରଞ୍ଜନ ପରିଡ଼ା, ପି.ଏଚ୍.ପି.ଏ ଯାଜପୁର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ପାତ୍ର , ରଞ୍ଜିତ ଦାସ,ନିହାର ରଞ୍ଜନ ବିଶ୍ଵାଳ, ଦିଲ୍ଲୀପ ସାହୁ,ବିଶ୍ଵହିନ୍ଦୁ ପରିଷଦ ର ବରୀଖଣ୍ଡ ସଭାପତି ଯୁବ ସମାଜସେବୀ ଡଃ ବିଶ୍ଵନାଥ ତ୍ରିପାଠୀ, ସାମ୍ବାଦିକ ପ୍ରଭାତ କୁମାର ମହାନ୍ତି, ବିଶ୍ବଭୂଷଣ ଜେନା, ଶିଶୁ ସାହିତ୍ୟିକ ଡ଼ ଅଜୟ କୁମାର ଜେନା ପ୍ରମୁଖ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିବା ସହିତ ଶୋକ ପ୍ରକାଶ କରିଥିଲେ। କନିଷ୍ଠ ପୁତ୍ର ଜ୍ୟୋତିରଞ୍ଜନ ସାହୁ ମୁଖାଗ୍ନୀ ଦେଇଥିଲେ । ଶବାଧାର ନିକଟରେ ଜ୍ୟେଷ୍ଠ ପୁତ୍ର ସତ୍ୟରଞ୍ଜନ ସାହୁ ଙ୍କ ସହିତ ସମସ୍ତ ପରିବାର ପରିଜନ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।