ଦୁର୍ଘଟଣାରେ ଦୁଇ ମୃତ।
ଜୟପୁର, ୨୩।୩ ( ଏ. ଭେଙ୍କଟ ରାଓ ) : ଗତକାଲି ବିଳମ୍ବିତ ରାତ୍ରରେ ପାତ୍ରପୁଟ ନିକଟସ୍ଥ ଥୁରୁଡିପୁଟ ଠାରେ ବାଇକକୁ ଧକ୍କା ଦେଲା ବୋଲେରୋ ଗାଡି ଘଟଣା ସ୍ଥଳରେ ୨ଜଣ ମୃତ । ମୃତକମାନେ ହେଲେ ଜୟପୁର ଗଡିଆ ଧୋବା ସାହିର ଲାଲୁ ଖରା ଓ ପିତୁ ଜାନୀ । ଘଟଣା ସ୍ଥଳରେ ପହଞ୍ଚି ଜୟପୁର ସଦର ପୋଲିସର ତଦନ୍ତ ଆରମ୍ଭ । ଶବ ବ୍ୟବଛେଦ ପାଇଁ ମୃତକଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଡଙ୍ଗର ଛିଞ୍ଚିର ଏକ ଢ଼ାବାରେ କାମ ସାରି ଫେରୁଥିବା ସମୟରେ ଥୁରୁଡିପୁଟ ଡବଲ ବ୍ରିଜ ନିକଟରେ ହୋଇଥିଲା ଦୁର୍ଘଟଣା l