ଷୋହଳ ପ୍ରହର ନାମ ଯଜ୍ଞ ପୂର୍ଣ୍ଣାହୁତି
କର୍ଲାମୁଣ୍ଡା, ୧୧/୦୩ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଂଚାୟତ ଅଧିନସ୍ଥ କୁସୁର୍ଲା ଠାରେ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା କରିବା ସହିତ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଷୋହଳ ପ୍ରହରୀ ନାମ ଯଜ୍ଞ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି । ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଷୋହଳ ପ୍ରହର ନାମଯଜ୍ଞ ଆଜି ପୂର୍ଣ୍ଣାହୁତି ହୋଇଛି । ଏଥିରେ ୧୫ ଗୋଟି ସଂକୀର୍ତନ ଦଳ ଅଂଶଗ୍ରହଣ କରିଥିବା ବେଳେ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମନ୍ଦିର ପ୍ରତିଷ୍ଠା କର୍ତ୍ତା ଭାବରେ ହୃଷିକେଶ ସାହୁ ଓ ତାଙ୍କ ପତ୍ନୀ କ୍ଷୀରବତି ସାହୁ, ନାମଯଜ୍ଞ କର୍ତ୍ତା ଭାବରେ ରାମଦାସ ସାହୁ ଓ ତାଙ୍କ ପତ୍ନୀ ରତ୍ନିସାହୁ ରହିଥିବା ପୂଜକ ସନ୍ତୋଷ ରଥ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ ।ଏଥିରେ ଆୟୋଜକ ମହାଲକ୍ଷ୍ମୀ କମିଟି କର୍ମକର୍ତ୍ତା ଓ କୁସୁର୍ଲା ଗ୍ରାମବାସିବୃନ୍ଦ ସହଯୋଗ କରିଥିଲେ ।