ହୋଲିର ଖୁସି ମଧ୍ୟରେ ଦୁଃଖଦ ଘଟଣା: କୋରାପୁଟରେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ପରିବାରର ହତ୍ୟା ଅଭିଯୋଗ
କୋରାପୁଟ, ୦୫/୦୩ ( ଗୁପ୍ତ ପ୍ରସାଦ ପତ୍ରିକା ) : ଗତକାଲି ହଲିରଙ୍ଗ ରେ ଅନେକ ଲୋକଙ୍କ ଘର ରଙ୍ଗରେ ପରିପୂର୍ଣ୍ଣ ହେବା ବେଳେ କେତକ ଅଘଟଣ ଘଟିଛି ଅନେକ ପରିବାର ରେ ଗତଦିନ ଲାଣ୍ଡିଗୁୁଡ଼ା ପାଖରେ ଟ୍ରେନ ଲାଇନ ପାଖରେ .ହାଟପଦା (କୋରାପୁଟ) ମୃତ ଡ୍ରାଇଭର ରାଜୁ ମୁଦୁଲି ଙ୍କ ସନ୍ଦେହଜନକ ମୃତ୍ୟୁ, ନା ହତ୍ୟା,ଆତ୍ମହତ୍ୟା ତାହା ଭୂଲିନ ଥିବା ବେଳେ କୋରାପୁଟ ହୋଟେଲ ଆଲିସା ନ, ପାଖ ବନଦ୍ଭାରତି, ବାସିନ୍ଦା,ଚନ୍ଦ୍ର ଖରା,ଙ୍କ ସ୍ତ୍ରୀ ପଦ୍ମା,୩୦, କୋରାପୁଟ ସ୍ଥିତ ବାଲାଜୀ ମନ୍ଦିର ର ପଛପଟ ରାସ୍ଥା ପାଶ୍ୱ ରେ ଫରେଷ୍ଟ ଜଙ୍ଗଲ ରେ ଗୋଟିଏ ଗଛରେ ନିଜର ଓଢ଼ଣି ବେକରେ ଦେଇ ଆତ୍ମାହତ୍ୟା କରିଛି ।ମୃତ ମହିଳାଙ୍କ ପରିବାର ଏହା ଏକ ହତ୍ୟ ବୋଲି ଅଭିଯୋଗ କରୁଛନ୍ତି ଗତକାଲି ମୃତ ମହିଳା ଓ ତାଙ୍କ ସ୍ଵାମୀ ଚନ୍ଦ୍ର ଖରା ସହ ପାଟିତୁଣ୍ଡ ହଇଥିଲେ,ମୃତ ସ୍ତ୍ରୀଲୋକଟି ରାତ୍ର ୯ ଟାରୁ କେଉଁ ଆଡ଼େ ଚାଲିଯାଇଥିଲେ । ଘର ଲୋକ ବହୁଖଜା ଖୁଜି କରିବାପରେ, ଆଜି ତାଙ୍କ ଝୁଲନ୍ତାଶବ ଦେଖିବାକୁ ମିଲିଥିଲା । ଦେଖିବାକୁ ବାକି ରହିଲା ପଲିସ ଏହା ସତ୍ୟା ସତ କରି ସତ ସାମନା କୁ ଆଣିବ