Hot Posts

6/recent/ticker-posts

ବସୁନ୍ଧରା ଯୋଜନାରେ 33 ଜଣଙ୍କୁ ଘରଡିହ ପଟ୍ଟା ବଣ୍ଟନ

ଝରୀଗାଁ ୧୨/୦୩ (ନକୁଳ ଭତ୍ରା) : ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଜମି ସୁଧାର ଯୋଜନା ‘ବସୁନ୍ଧରା’ ଅନୁସାରେ ଆଜି ୩୩ ଜଣ ହିତାଧିକାରୀଙ୍କୁ ଜମିର ପଟ୍ଟା ବଣ୍ଟନ କରାଯାଇଛି। ଜମିହୀନ ଓ ଆର୍ଥିକ ଭାବେ ପଛୁଆ ବର୍ଗର ପରିବାରମାନଙ୍କୁ ଜମିର ଅଧିକାର ପ୍ରଦାନ କରି ସେମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ତହସିଲଦାର ସୁମନ୍ତ ପାତ୍ର ଅତିରିକ୍ତ ତହସିଲଦାର ହାହାଲ୍ୟ ମୁଦୁଲି ଓ ରାଜସ୍ୱ ନିରୀକ୍ଷକ ବସନ୍ତ କୁମାର ବିଷଇ ଉପସ୍ଥିତ ରହି ଧନପୁର, ପୱେରବେଲି, କଲେଗାଁ ର ହିତାଧିକାରୀମାନଙ୍କୁ ପଟ୍ଟା ପତ୍ର ପ୍ରଦାନ କରିଥିଲେ। ଅଧିକାରୀମାନେ କହିଥିଲେ ଯେ, ବସୁନ୍ଧରା ଯୋଜନା ମାଧ୍ୟମରେ ଜମିହୀନ ପରିବାରମାନେ ଜମିର ଅଧିକାର ପାଇ ନିଜ ଜୀବନ ଜୀବିକାକୁ ଆହୁରି ସୁଦୃଢ କରିପାରିବେ। ପଟ୍ଟା ପାଇଥିବା ହିତାଧିକାରୀମାନେ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରି ଖୁସି ପ୍ରକାଶ କରିଥିଲେ। ସ୍ଥାନୀୟ ରାଜସ୍ୱ ବିଭାଗର ଅଧିକାରୀମାନେ ମଧ୍ୟ ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକରିତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା