Hot Posts

6/recent/ticker-posts

NAC ନିର୍ବାଚନ ପାଇଁ ପଡ଼ିଲାଣି ରଣଦୁନ୍ଦୁଭି। କଂଗ୍ରେସ,ବିଜେଡି ଓ ବିଜେପିର ରଣନୀତି ଭିତରେ ଏବେ ‘ଡିଫାଇନ କଳାହାଣ୍ଡି’ର ମାଷ୍ଟର ଷ୍ଟ୍ରୋକ।

କଳାହାଣ୍ଡି, ୨୭/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଏନଏସି ଘୋଷଣା ପରଠାରୁ ଅଞ୍ଚଳରେ ରାଜନୈତିକ ପାରଦ ଶୀର୍ଷରେ ପହଞ୍ଚିଛି।ଆଗାମୀ ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେଡି ଓ ବିଜେପି ନିଜ ନିଜର ରଣନୀତି ପ୍ରସ୍ତୁତ କରୁଥିବା ବେଳେ,ଏବେ ଏହି ଲଢ଼େଇରେ ଏକ ନୂଆ ମୋଡ଼ ଆସିଛି। ‘ଡିଫାଇନ କଳାହାଣ୍ଡି’ ର ମୁଖ୍ୟ ମଧୁ ମହାନ୍ତି ଙ୍କ ଜୟପାଟଣା ଗସ୍ତ ଏବେ ପାରମ୍ପରିକ ରାଜନୈତିକ ଦଳଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।ଜୟପାଟଣାଠାରେ ‘ଡିଫାଇନ କଳାହାଣ୍ଡି’ ପକ୍ଷରୁ ଏକ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ମହାନ୍ତି ସ୍ଥାନୀୟ ବାସିନ୍ଦାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ,ଦୀର୍ଘ ବର୍ଷ ଧରି ଜୟପାଟଣା ଅବହେଳିତ ହୋଇ ରହିଛି।ଅଞ୍ଚଳର ମୌଳିକ ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ସାଧାରଣ ଲୋକେ ହତାଶ ଓ ନିରାଶ ଅଛନ୍ତି। ସରକାର ଓ ଜନପ୍ରତିନିଧିଙ୍କ ଅପାରଗତା ଯୋଗୁଁ ଜୟପାଟଣାର ଯେଉଁ ବିକାଶ ହେବା କଥା, ତାହା ହୋଇପାରିନାହିଁ।ଆଗାମୀ ଏନଏସି ନିର୍ବାଚନରେ ‘ଡିଫାଇନ କଳାହାଣ୍ଡି’ ସମସ୍ତ ୧୫ଟି ୱାର୍ଡରେ ନିଜର ପ୍ରାର୍ଥୀ ଓଲ୍ଲାଇବାକୁ ପ୍ରସ୍ତୁତି ଚଳାଇଛି।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ