ଭାରତୀୟ ମଜଦୁର ସଂଘ bms କଳାହାଣ୍ଡି ଶାଖା ତରଫରୁ ଶ୍ରମିକ ମାନଙ୍କର ବିଭିନ୍ନ ଦୀର୍ଘ ଦିନ ର ସମସ୍ୟା ଦାବି ଗୁଡିକ ସମାଧାନ ନିମନ୍ତେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ
କଳାହାଣ୍ଡି, ୨୫/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ଦେଶର ଶ୍ରମିକମାନଙ୍କର ବିଭିନ୍ନ ଦୀର୍ଘ ଦିନର ସମସ୍ୟା ଓ ଦାବିଗୁଡ଼ିକର ସମାଧାନ ନିମନ୍ତେ
ଭାରତୀୟ ମଜଦୁର ସଂଘ ୨୫/ଫେବୃଆରୀ ୨୦୨୬ କୁ ସାରା ଦେଶରେ "ପ୍ରତିବାଦ ଦିବସ " ଭାବେ ପାଳନ କରୁଛି | ଓଡ଼ିଶାର ପୁରୀ ଠାରେ ଅନୁଷ୍ଠିତ ୨୧ ତମ ଅଖିଳ ଭାରତୀୟ ଅଧିବେଶନ ରେ ପାରିତ ପ୍ରସ୍ତାବ ଅନୁଯାୟୀ ନିମ୍ନ ଲିଖୁତ ଶ୍ରମିକ ସମସ୍ୟା ଉପରେ ଅବଗତ
୧. ଅନ୍ତୋଦୟ'ର ପ୍ରକୃତ ଭାବନା ଅନୁଯାୟୀ ସମସ୍ତ କ୍ଷେତ୍ର ଓ ବର୍ଗର ଶ୍ରମିକଙ୍କ ପାଇଁ ଶ୍ରମ ଆଇନ କଡାକଡି ଭାବେ ଲାଗୁ କରାଯାଉ
୨ ଶିଳ୍ପ ସମ୍ପର୍କ କୋଡ଼ (Industrial Relations Code), ୨୦୨୦ ଏବଂ ବୃଭିଗତ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟ ସ୍ଥିତି କୋଡ଼, ୨୦୨୦ ରେ ଥିବା ଶ୍ରମିକ ବିରୋଧୀ ନିୟମକୁ ତୁରନ୍ତ ସଂଶୋଧନ କରନ୍ତୁ |
୩ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଶୀଘ୍ର 'ଭାରତୀୟ ଶ୍ରମ ସମ୍ମିଳନୀ (Indian Labour Conference) କରନ୍ତୁ ଏବଂ ବିଭିନ୍ନ ତ୍ରିପାକ୍ଷିକ କମିଟିଗୁଡ଼ିକର ପୁନର୍ଗଠନ କରି ସେମାନଙ୍କର ନିୟମିତ ବୈଠକ କରନ୍ତୁ I
୪.ସମସ୍ତ ସ୍କାମ୍ ୱାର୍କର (Scheme Workers) ମାନଙ୍କର ମାସିକ ପାରିଶ୍ରମିକ (honorarium) ବୃଦ୍ଧି କରାଯାଉ ।
EPS-95 ରେ ଥିବା ସର୍ବନିମ୍ନ ପେନ୍ସନ୍ ୧,୦୦୦ ଟଙ୍କାରୁ ୭,୫୦୦ ଟଙ୍କାକୁ ବୃଦ୍ଧି ସହିତ ମହଙ୍ଗା ଭତ୍ତା (Dearness Relief) ପ୍ରଦାନ କରାଯାଉ ।
୬ .NTC ମିକ୍ସ HEC ରାଞ୍ଚି, ITI, HMT ଇତ୍ୟାଦି PSUs (ସରକାରୀ ସଂସ୍ଥା) ଗୁଡ଼ିକରେ ବକେୟା ଥିବା ମଜୁରୀ ପ୍ରଦାନ କରାଯାଉ ।
୭. ବ୍ୟାଙ୍କିଙ୍ଗ୍ ଶିଳ୍ପରେ "୫ ଦିନିଆ କାର୍ଯ୍ୟ ସପ୍ତାହ" (5-day work week) ପ୍ରଚଳନ କରାଯାଉ ।
୮. ଶ୍ରମିକଙ୍କ ସୁବିଧା ପାଇଁ ESI ଏବଂ EPF ରେ ଥିବା ସୀମା (threshold limits) ବୃଦ୍ଧି କରାଯାଉ ।
୯. ବର୍ତ୍ତମାନର ମହୂରୀ ସ୍ତର ସହିତ ସମାନତା ରଖ୍ ବୋନସ୍ ପ୍ରଦାନ ଆଇନ (Payment of Bonus Act), ୧୯୬୫ ଅନୁଯାୟୀ ବୋନସ୍ ସୀମା (Bonous Celling ) କୁ ବୃଦ୍ଧି କରାଯାଉ ।
୧୦. ଭାରତୀୟ ସମ୍ବିଧାନ ଧାରା ୧୪, ୧୫, ୧୬ ଏବଂ ୨୧ ଅନୁଯାୟୀ ସ୍କାମ୍ ୱାର୍କର ଏବଂ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ନିୟମିତ କରାଯାଉ ।
୧୧. ସାଧାରଣ ନିଯୁକ୍ତି ଉପରେ ଥିବା ନିଷେଧାଦେଶକୁ ତୁରନ୍ତ ହଟାଯାଇ ଚାକିରିର ସୁରକ୍ଷା ସହିତ ଗ୍ୟାରେଣ୍ଟିଯୁକ୍ତ ନିଯୁକ୍ତି ନିଶ୍ଚିତ କରନ୍ତୁ, ଯାହାଦ୍ବାରା ସେବା ସର୍ଭାବଳୀରେ ଥିବା ଅନିଶ୍ଚିତତା ଏବଂ ଅସୁରକ୍ଷିତତା ଦୂର ହୋଇପାରିବ।
ଶ୍ରମିକମାନଙ୍କର ଏହି ନ୍ୟାଯ୍ୟ ଦାବିଗୁଡ଼ିକ ଉପରେ ଗୁରୁତ୍ବ ଦେଇ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ଦାବିପତ୍ର ପ୍ରଦାନ କରିଥିଲେ
ଏହି ଦାବି ପତ୍ର କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସଭାପତି ଶ୍ରୀ ଦୋଳମଣି ସାହୁ, ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଶ୍ରୀ ଲୋଚନ ସାହୁ, ଭାରତୀୟ ମଜଦୁର ସଂଘ ରାଜ୍ୟ ସମ୍ପାଦକ ଶ୍ରୀ ବିଶ୍ୱ ରଞ୍ଜନ ସା, ଭାରତୀୟ ମଜଦୁର ସଂଘ ବରିଷ୍ଠ କାର୍ଯ୍ୟକର୍ତା ବିରଞ୍ଚି ନାରାୟଣ ପଣ୍ଡା, ଅଖିଳ ଭାରତୀୟ ମାଧ୍ୟାନ୍ନ ଭୋଜନ କର୍ମଚାରୀ ମହା ସଂଘ ର ରାଷ୍ଟ୍ରୀୟ ସମ୍ପାଦିକା ଶ୍ରୀମତୀ ତପସ୍ୱନୀ ମହାରଣା, ପାଚିକା ସହାୟିକା ମଜଦୁର ସଂଘ ଜିଲ୍ଲା ସମ୍ପାଦିକା ବିମଳା ଗୌଡ଼, ଜିଲ୍ଲା ସଭାନେତ୍ରୀ ଇସି ସଂଘ ନଳିନୀ ମଞ୍ଜରୀ ବାଗ, ଅନ୍ୟ ମାନଙ୍କ ମଧ୍ୟରେ ରାଧାକାନ୍ତ ବେହେରା, ନବୀନ ଛତ୍ରୀୟା, ପଙ୍କଜ ମଙ୍ଗରାଜ, ଭବାନୀ ରାଉତ, ପ୍ରତିମା ଯାନି, ସାବିତ୍ରୀ ମୁଣ୍ଡା, ଓ ବିଭିନ୍ନ ସଙ୍ଘଠନ ର କର୍ମ କର୍ତା ଉପସ୍ଥିତ ଥିଲେ
କଳାହାଣ୍ଡି ଜିଲ୍ଲା ପ୍ରତି ନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ