Hot Posts

6/recent/ticker-posts

ସ୍ବଚ୍ଛ କର୍ମଚାରୀଙ୍କୁ ଗାରିମା ଯୋଜନାରେ ନିଶୁଳ୍କ ମୋବାଇଲ ଫୋନ।

ଜୟପୁର, ୨୫।୦୨ ( ଏ. ଭେଙ୍କଟ ରାଓ ) : ପୌର ଅଧିନରେ କାମ କରୁଥିବା ସ୍ବଚ୍ଛ କର୍ମଚାରୀ ମାନଙ୍କୁ ଗାରିମା ଯୋଜନାରେ ଏଗାର ଜଣ କର୍ମଚାରୀଙ୍କୁ ମୋବାଇଲ ଫୋନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌର ଉପାଧ୍ୟକ୍ଷ ବି. ସୁନିତା, ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ, ପୌର ପାରିଷଦ ଜୈଶା ସିଙ୍ଗ ପ୍ରମୁଖ ଉପସ୍ଥିତ ରହି ମୋବାଇଲ ସହ ସିମ କାର୍ଡ ପ୍ରଦାନ କରିଥିଲେ। ଗାରିମା ଅନ୍ତର୍ଭୁକ୍ତ ଥିବା କର୍ମଚାରୀ ମାନେ ଆବଶକ୍ୟ ସ୍ତଳେ ଏହି ମୋବାଇଲର ବ୍ୟବହାର କରିବେ। ସମସ୍ତେ ସେଫଟି କିଟି ବ୍ୟବହାର କରୁଛନ୍ତି କି ନାହିଁ ସେନେଇ ମଧ୍ୟ ମୋବାଇଲ ମାଧ୍ୟମରେ ଜଣା ପଡିବ ଏବଂ ସୂଚନା ପ୍ରାପ୍ତ ହେବା ପରେ କମ ସମୟରେ ଅଧିକ ସ୍ଥାନରେ ସଫେଇ କାର୍ଯ୍ୟ ହୋଇପାରିବ ବୋଲି ପୂଜା ରାଉତ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଅନେକ ସ୍ଵଚ୍ଛ କର୍ମଚାରୀ ମାନେ ଉପକୃତ ହୋଇପାରିବେ।