Hot Posts

6/recent/ticker-posts

କରମଙ୍ଗା ଗଛ ସାକ୍ଷୀ, ଅଭିମନ୍ୟୁଙ୍କ ସ୍ମୃତି ଅମର—କିନ୍ତୁ ଅବହେଳାରେ ପଡ଼ିଛି ଜନ୍ମପୀଠ

ଯାଜପୁର, ୨୩/୦୨ ( ରଂଜିତ ମହାନ୍ତି ) : ସାକ୍ଷୀ ଏଇ କରମଙ୍ଗା ଗଛ, ମାହାତ୍ମ୍ୟ କହିଲେ ନ ସରେ। ଅଭିମନ୍ୟୁ ସାମନ୍ତସିଂହାରଙ୍କ ଜନ୍ମପୀଠ ବରୀ ବ୍ଲକ୍ ଅଭିମନ୍ୟୁ ବାଲିଆର ଏହି ଉଆସରେ ରହିଛି ସେଦିନର ଏହି କରମଙ୍ଗା ଗଛ। ଯେଉଁ ଗଛ ଅଭିମନ୍ୟୁଙ୍କର ବାଲ୍ୟ କାଳଠୁ ଆଜି ଯାଏଁ ଏଇଠି ଠିଆ ହୋଇ ରହିଛି। ତେବେ ଏହି ଉଆସକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ,ରାଜ୍ୟସରକାରଙ୍କ ଠାରୁ ମିଳିଥିଲେ ମଧ୍ୟ କେବଳ ଫଳକ ବଦଳାଯାଇ କାଗଜ କଲମରେ ସମ୍ମାନ ଦିଆଯାଉଥିବା କହିଛନ୍ତି ଅଞ୍ଚଳବାସୀ। ଅନେକ କବି ,ଲେଖକ ଓ ନେତାମନ୍ତ୍ରୀ ଏଠାକୁ ପରିଦର୍ଶନରେ ଆସୁଥିଲେ ମଧ୍ୟ ଜିଲ୍ଲାପ୍ରଶାଶନର ଖାମଖିଆଲି ମନୋଭାବ ଆଉ ଅବହେଳା ଯୋଗୁଁ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇପାରୁନଥିବା ବେଳେ ଏଥିପ୍ରତି ଦୃଷ୍ଟିଦେବାକୁ ଜିଲ୍ଲାପ୍ରଶାସନ ସହ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି ଅଭିମନ୍ୟୁ ପ୍ରେମୀ ତଥା ଅଞ୍ଚଳବାସୀ।