Hot Posts

6/recent/ticker-posts

ଅରଙ୍ଗାବାଦ-ସାଇ ମନ୍ଦିର ରାସ୍ତାରେ ବିପଦପୂଣ୍ଣ ବିଦ୍ୟୁତ୍ ଖୁଣ୍ଟ

ବରୀ, ୧୩/୦୨ ( ରଂଜିତ ମହାନ୍ତି ) : ବରୀ କଳାମାଟିଆ ରାସ୍ତାର ଅରଙ୍ଗାବାଦ-ସାଇମନ୍ଦିର ଅଂଶରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଏହାର ରକ୍ଷଣା ବେକ୍ଷଣ କରାଯାଉ ନାହିଁ। ବିଦ୍ୟତ ଖୁଣ୍ଟି ମୂଳରେ ଥିବା ଛୋଟ ପ୍ୟାନେଲ କଭର ଭାଙ୍ଗି ଗଲାଣି। ମଝିରେ ମଝିରେ ତାର ସହ ତାର ଘସି ହୋଇ ନିଆଁ ମଧ୍ଯ ବାହାରୁଛି। ଯଦିଓ ଏହା ରାସ୍ତା କଡ଼କୁ ଅଛି ତଥାପି ସକାଳେ ଭ୍ରମଣ କରୁଥିବା ବରିଷ୍ଠ ନାଗରିକମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଦ ବୋଲି କୁହାଯାଇଛି। ବୁଲା ଗାଈ ଗୋରୁମାନେ ମଧ୍ୟ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସିଲେ ଯେକୌଣସି ଅଘଟଣ ଘଟିବାର ସମ୍ଭାବନା ରହିଛି। ବିଭାଗ ମଧ୍ୟ ଏହା ଉପରେ ଦୃଷ୍ଟି ଦେଇ ବିପଦ ପୂର୍ବରୁ ସଚେତନ ହେବା ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି।