Hot Posts

6/recent/ticker-posts

ସେବା ଘରେ ଅଭିନବ ଉପାୟରେ ଶିକ୍ଷାଦାନ

ବରୀ, ୧୪/୦୨ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳ ରେ ପ୍ରତିଷ୍ଠା ଲାଭ କରିଥିବା ମାତୃମଙ୍ଗଳ କେନ୍ଦ୍ର ସେବାଘର ଠାରେ କୁନି କୁନି ପିଲାମାନଙ୍କୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଅଭିନବ ଉପାୟରେ ପିଲାମାନଙ୍କୁ ଶିକ୍ଷାଦାନ ଦିଆଯାଉଛି l ବେସରକାରୀ ଶିକ୍ଷାଦାନ ଉପରେ ଲୋକେ ଆକୃଷ୍ଟ ହେଉଥିବା ବେଳେ ଏହି ସବୁ ଶିକ୍ଷାଦାନର ଚାହିଦା କମୁଛି। ସେବାଘରେ ଏହି ଶିକ୍ଷା ସଂଖ୍ୟା, ପଶୁପକ୍ଷୀଙ୍କ ସ୍ୱର, ପରିଚୟ, ଫୁଲ, ଫଳର ଖାଦ୍ୟ, ବିଭିନ୍ନ ପରିଚୟ, ନାଚ, ଗୀତ ମାଧ୍ୟମ ରେ କୁନିକୁନି ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି l ପିଲାମାନଙ୍କୁ ପ୍ରତିଦିନ ଉପମା, ସୁଜି ହାଲୁଆ ଖାଦ୍ୟ ଦିଆଯାଇଛି l ଏଥିରେ ଆଖ ପାଖ ଗ୍ରାମରୁ କୁନି କୁନି ପିଲାଯୋଗଦେଇ ଶିକ୍ଷା ଗ୍ରହଣ କରୁଛନ୍ତି l ଏହାକୁ ସେବାଘରର ମୁଖ୍ୟ ପରିଚାଳିକା ଭାରତୀ ଘୋଷ, ସହକର୍ମୀ ରଞ୍ଜିତା ଜେନା ପରିଚାଳନା କରୁଛନ୍ତି l