Hot Posts

6/recent/ticker-posts

ସୂଚନା ଫଳକ ରହିଛି ଗୋଟିଏ ସ୍ଥାନରେ କାମ ହୋଇଛି ଆଉ ଏକ ସ୍ଥାନରେ ।

ଝରିଗାଁ, ୧୩/୦୨ ( ନକୁଳ ଭତ୍ରା ) : ତାଳ ମେଳ ରହୁନାହିଁ ବ୍ଲକ ପ୍ରଶାସନର ଅଧୀନରେ ଚାଲୁଥିବା ଉନ୍ନତିକରଣ ନିର୍ମାଣ କାର୍ଯ୍ୟରେ। ସୂଚନା ଫଳକ ରହିଛି ଗୋଟିଏ ଜାଗାରେ ଆଉ କାମ ହୋଇଛି ଆଉ ଏକ ଭିନ୍ନ ଜାଗାରେ। ସୂଚନା ଫଳକ ରେ ଉଲ୍ଲେଖିତ ଅଛି କି ଝରିଗାଁ ବ୍ଲକ ଚକଲା ପଦର୍ ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ସଦର ଠାରୁ ଚଟୁ ପକନା କଂକ୍ରିଟ ରାସ୍ତା ନିର୍ମାଣ। ଯାହାର ଅଟକଳ ମୂଲ୍ୟ ୨ ଲକ୍ଷ ଟଙ୍କା ରହିଛି। ଜିଲ୍ଲା ପରିଷଦ ପାଣ୍ଠି ରୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ M V TAX 2025 - 26 / 2 Shere ଯୋଜନାରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ସୂଚନା ଫଳକରେ ଉଳେଖିତ ଗ୍ରାମରେ କାର୍ଯ୍ୟ ନ ହୋଇ ଚକଲା ପଦର ପଞ୍ଚାୟତ ଅନ୍ତର୍ଗତ ଦୁଡୁଙ୍ଗ ଝରୀ ଗ୍ରାମରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଛି। ଯାହାକି ଡୁଡ଼ୁଙ୍ଗ ଝରୀ ଗ୍ରାମ ଠାରୁ ଚଟୁ ପକନା ପ୍ରାୟ ତିନି କିଲୋମିଟର ଦୂରରେ ରହିଛି। ଚକଲା ପଦର ସଦର ଗାଁ ର ଡାହାଣ ପାର୍ଶ୍ଵରେ ରହିଛି ଡୁଡ଼ୁଙ୍ଗ ଝରୀ ଗାଁ । ଏହି ଗାଁ ଅତିକ୍ରମ କଲାପରେ ଏକ ଘାଟି ରହିଛି । ଘାଟି ତଳକୁ ଗଲେ ଚଟୁ ପକନା ଗାଁ। ଯେଉଁ ଗାଁ ର ଗମନାଗମନ ସୁଗମ ଲାଗି କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ହୋଇଥିବା ବେଳେ ନିର୍ଦ୍ଧାରିତ ଗ୍ରାମରେ ନିର୍ମାଣ କାର୍ଯ୍ୟ କରାନଯାଇ ଚଟୁ ପକନା ର ପୂର୍ବ ଗାଁ ଡୁଡ଼ୁଙ୍ଗ ଝରୀ ଗ୍ରାମରେ କାର୍ଯ୍ୟ ହୋଇଛି। ଏହି ପ୍ରସଙ୍ଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କ ପ୍ରତିକ୍ରିୟା ନେବାରୁ କହିଛନ୍ତି କି ସୂଚନା ଫଳକ ରେ ରହିଥିବା ସୂଚନା ପ୍ରକାରେ ଯଦି କାର୍ଯ୍ୟ ହୋଇନାହିଁ ତେବେ କାର୍ଯ୍ୟକୁ ଅନ୍ୟତ୍ର କରିବାର ସେମିତି କିଛି ପ୍ରାବଧାନ ନଥିବା କହିଛନ୍ତି। ତୁରନ୍ତ ଏହି କାର୍ଯ୍ୟ ସମ୍ପର୍କରେ ତଦନ୍ତ କରିବା ସହ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ଯେଉଁ କଂକ୍ରିଟ ରାସ୍ତା ନିର୍ମାଣ ଡୁଡ଼ୁଙ୍ଗ ଝରୀ ଗ୍ରାମରେ ହୋଇଛି ତାହା ଅତି ନିମ୍ନମାନର ହୋଇଥିବା ଦେଖିବାକୁ ମିଳିଛି। କାମର ବିଲ ପ୍ରକ୍ରିୟା ଚାଲିଥିବା ବେଳେ ନିର୍ମାଣ ହୋଇଥିବା ନିମ୍ନମାନର କାର୍ଯ୍ୟ ସାଙ୍ଗକୁ ସୂଚନା ଫଳକ ଗୋଟିଏ ଜାଗାରେ ଆଉ ନିର୍ମାଣ କାର୍ଯ୍ୟ ଆଉ ଗୋଟିଏ ଜାଗାରେ ତେଣୁ ଏହାର ପ୍ରଶାସନ ଏହାର ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।