ସାଇକେଲ୍ ଉପରେ ସେବାର ଯାତ୍ରା, ୭୮ ବର୍ଷୀୟ କାର୍ତ୍ତିକ ଜେନା ଆଜି ବି ଘରେଘରେ ପହଁଞ୍ଚାଉଛନ୍ତି ଡାକ
ବରୀ, ୧୩/୦୨ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲା ବରୀ ବ୍ଲକ ବୋଦୁଅ ଗ୍ରାମ ର କାର୍ତ୍ତିକ ଜେନା ବୟସ ୭୮ ଡାକ ବିଭାଗ ରେ ଦୀର୍ଘ ଦିନ କାର୍ଯ୍ୟ କରିବା ପରେ ବିଭାଗ ପ୍ରତି ଭଲ ପାଇବା କିମିନି ନଦୀନାଳ ପାର ହେlଇ ପ୍ରତ୍ୟେକ ଦିନ ବୋଦୁଅ, ଏରଡା, ପାଳସାହି ଗ୍ରାମ କୁ ଚିଠି ନେଇ ଯାଇଥାନ୍ତି l ସାଇକେଲ ତାଙ୍କର ମୁଖ୍ୟ ଆସରା ଆଗରୁ ଲୋକମାନେ ଚିଠି କୁ ଅପେକ୍ଷା କରି ରହୁଥିବା ବେଳେ ଏବେ ଯାହା ଆଧାର, ପ୍ୟାନକାର୍ଡ, ଜରୁରୀ ଚିଠି ଆସୁଛି l ମୋବାଇଲ ପାଇଁ ଚିଠି ର ମହତ୍ୱ କମିଥିବା ବେଳେ ହେଲେ କାର୍ତ୍ତିକ ଙ୍କ ଡାକବିଭାଗ ଚିଠି ନେଇ ଘରେ ଘରେ ପହଁଚିବା ଆଦର କମିନାହିଁ l