Hot Posts

6/recent/ticker-posts

ବରୀ ରେ ବ୍ଲକ ସ୍ତରୀୟ କଂଗ୍ରେସର କର୍ମୀ ସମ୍ମିଳନୀ

ବରୀ, ୧୫/୦୨ ( ରଂଜିତ ମହାନ୍ତି ) : ଆଜି ବରୀ ବ୍ଲକ କଂଗ୍ରେସ ପକ୍ଷରୁ ବରୀ ମାଉଣ୍ଡ ସ୍ଥିତ ଜାଗୁଳେଇ ପୀଠରେ ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କର୍ମୀ ସମ୍ମିଳନୀ ରେ ବରୀ ବ୍ଲକ କଂଗ୍ରେସ ସଭାପତି ସମୀର ନାୟକ ସଭାପତିତ୍ବ କରିଥିବା ବେଳେ ଯୁବ ନେତା ଅପୂର୍ବ ସାମଲ ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ନାୟକ ଯୋଗ ଦେଇ ବର୍ତ୍ତମାନର ସରକାରର ତ୍ରୁଟି ପୂର୍ଣ୍ଣ ନିଷ୍ପତି, ଜନ ବିରୋଧି କାର୍ଯ୍ୟକ୍ରମ ଏବଂ କୃଷକ ମାରଣ ନୀତି ଯୋଗୁଁ କେବଳ ବରୀ ଅଞ୍ଚଳ ନୁହେଁ ସାରା ଭାରତ ବର୍ଷରେ ଲୋକମାନେ ଅତିଷ୍ଠ ହେଲେଣି। ଆଗାମୀ ଦିନରେ କଂଗ୍ରେସ ଦଳର କର୍ମୀ ମାନେ ଏକଜୁଟ ହୋଇ କିଭଳି ଭାବରେ ଦଳ କ୍ଷମତାକୁ ଆସିବ ସେ କ୍ଷେତ୍ରରେ ତୃଣମୂଳ ସ୍ତରର କର୍ମୀ ମାନେ ଏକଜୁଟ ହୋଇ ଦଳର ସଂଗଠନକୁ ମଜବୁତ୍ କରାଯିବ ବୋଲି ମତ ରଖିଥିଲେ। ବ୍ଲକ କଂଗ୍ରେସ ସଭାପତି ଙ୍କ ସମେତ ଉପସ୍ଥିତ କର୍ମୀ ମାନେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କାହ୍ନୁ ଚରଣ ଲେଙ୍କା ଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ ସଭାପତି ସମୀର ନାୟକ ଯୋଗ ଦେଇ ଆଗାମୀ ଦିନରେ ବରୀ ବ୍ଲକର ପଞ୍ଚାୟତ ସ୍ତରୀୟ ସମସ୍ତ ଦଳୀୟ କର୍ମୀ ମାନେ ଏକଜୁଟ ହୋଇ କାର୍ଯ୍ୟ କରିବା ସହିତ ପଞ୍ଚାୟତ ସମିତି ଦଖଲ କରିବାକୁ ଦଳ ତରଫରୁ ସ୍ଵତନ୍ତ୍ର ଯୋଜନା କରାଯାଉଛି ବୋଲି ପ୍ରକାଶ କରିଥିଲେ। ଉକ୍ତ କର୍ମୀ ସମ୍ମିଳନୀ ରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗଣେଶ୍ୱର ଦାସ, ରବୀନ୍ଦ୍ର ମଲିକ, ଦେବ ଦାସ, କୁଳମଣି ନାୟକ, ନାରୀ ନେତ୍ରୀ କଳ୍ପନା ପଣ୍ଡା, ମାନସ ସାହୁ, ସୁବାସ ସେଠି, ଶରତ ଜେନା ,ବିଜୟ ଦାସ, ଗୋପାଳ କର,ଅଞ୍ଜନା ମଲ୍ଲିକ,ସସ୍ମିତା ମଳିକ କୁନି ମଳିକ,ଭାରତୀ ମଲ୍ଲିକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।