ଝରିଗାଁ ସାମ୍ବାଦିକ ସଂଘ ଓୟୁଯେ ପକ୍ଷରୁ ନୂତନ ଆଇଆଇସି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା |
ଝରିଗାଁ, ୧୫/୦୨ ( ନକୁଳ ଭତ୍ରା ) : ଝରିଗାଁ ଥାନାର ପୂର୍ବତନ ଆଇଆଇସି ପ୍ରଦୀପ କୁମାର ଶବର ରାଇଘର ବ୍ଳକର କୁନ୍ଦେଇ ଥାନାକୁ ବଦଳି ହେବା ପରେ ଝରିଗାଁ ଥାନାରେ ନୂତନ ଆଇଆଇସି ଭାବେ ରଚିତା ମାଡ଼କାମି ଯୋଗଦେଇଛନ୍ତି |ସେ ପୂର୍ବରୁ ବୋରିଗୁମ୍ମା ଥାନାରେ ଏସଆଇ ଭାବେ କାର୍ଯ୍ୟରତ ଥିଲେ |ସେଠାରୁ ପ୍ରୋମସନ ପାଇବା ପରେ ଝରିଗାଁ ଥାନାରେ ଆଇଆଇସି ଭାବେ ଯୋଗ ଦେଇଛନ୍ତି |ନୂତନ ଆଇଆଇସି ଙ୍କ ଯୋଗଦାନ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା କରାଯାଉଥିବା ବେଳେ ଝରିଗାଁ ସାମ୍ବାଦିକ ସଙ୍ଘ ଓୟୁଯେ ପକ୍ଷରୁ ଆଜି ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି |ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରିବା ସହିତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ଅପରାଧ ନିୟନ୍ତ୍ରଣ କରିବା ଓ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରାଥମିକତା ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି |