Hot Posts

6/recent/ticker-posts

ବ୍ଳକ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର

କର୍ଲାମୁଣ୍ଡା, ୧୨/୦୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ବ୍ଳକ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭା ରେ ବିଡିଓ ସୁଚରିତା ମୁଗ୍ରୀ, ସରପଞ୍ଚ ସଂଘ ବ୍ଲକ ସଭାପତି ବରୁଣ ଛତ୍ରୀଆ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସାମ୍ବାଦିକ ପ୍ରଦୀପ କୁମାର ସାହୁ, ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଦୀପ କୁମାର ମାଝୀ, ଗଜବାହଲ ସରପଞ୍ଚ ଅରବିନ୍ଦ ଗହୀର ପ୍ରମୁଖ ଯୋଗ ଦେଇ ଦିବ୍ୟଙ୍ଗ ଲୋକ ଙ୍କୁ ସରକାର ଙ୍କ ବିଭିନ୍ନ ସୁବିଧା ସୁଯୋଗ ଉପରେ ପରାମର୍ଶ ଦେଇଥିଲେ। ସଭାର ପିଇଓ ବସନ୍ତ କୁମାର ମିଶ୍ର ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲା ସ୍ତର ରୁ ବିଭିନ୍ନ ବିଭାଗର ଡାକ୍ତର ମାନେ ଯୋଗ ଦେଇ ଥିବା ବେଳେ ଶିବିର ରେ ୩୭୯ ଜଣ ବ୍ୟକ୍ତି ପଞ୍ଜିକୃତ ହୋଇଥିବା ଜଣା ପଡ଼ିଛି। ଅନ୍ୟ ପଟେ ଧାର୍ଯ୍ୟ ସମୟରେ କିଛି ଡାକ୍ତର ଆସିଥିବା ବେଳେ କିଛି ବିଭାଗ ର ଡାକ୍ତର ମାନେ ବିଳମ୍ବ ରେ ଆସିଥିବା ଯୋଗୁଁ ଲୋକ ଙ୍କ ମନରେ ଅସନ୍ତୋଷ ଦେଖା ଯାଇଥିଲା ତେବେ ଶିବିର ରେ ୫୦ ଜଣ ଙ୍କୁ ଦିବ୍ୟଙ୍ଗ ପ୍ରମାଣ ପତ୍ର, ୨୬ ଜଣ ଙ୍କୁ ବସ ଓ ଟ୍ରେନ ପାସ, ଜଣେ ଲେଖା ବ୍ୟକ୍ତି ଙ୍କୁ ଟ୍ରାଏ ସାଇକେଲ ଓ ହୁଇଲ ଚେୟାର ଓ ଦୁଇ ଜଣ ଙ୍କୁ ଆଶା ବାଡ଼ି ପ୍ରଦାନ କରାଯାଇଥିଲା।