ପଦ୍ମପୁର, ୧୨/୦୨ ( ଆଶିଷ କୁମାର ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବ ର ୪୮ ତମ ପ୍ରତିଷ୍ଠା ଦିବସ ପାଇଁ ଟାଉନ୍ କ୍ଲବ ଓ କ୍ରିଷ୍ଣା ବିକାଶ ହସ୍ପିଟାଲ ଆନୁକୁଲ୍ୟରେ ଟାଉନ୍ କ୍ଲବ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ କରିବା ପାଇଁ ଆଜି ଟାଉନ୍ କ୍ଲବ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଟାଉନ୍ କ୍ଲବ ଉପ ସଭାପତି ଅଶୋକ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆସନ୍ତା ଫେବୃୟାରୀ ୧୭ ତାରିଖ ସକାଳ ୯ ଘଣ୍ଟା ରୁ ୧ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯିବ । ସକାଳ ୯ ଘଣ୍ଟା ରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଉପସ୍ଥିତ କିଡନିରୋଗ,ଗ୍ଯାଷ୍ଟୋ ସର୍ଜରୀ, ଚର୍ମରୋଗ, ଅସ୍ଥିଶଲ୍ୟ, ମେଡିସିନ, କର୍ଣ ନାସା ଗଳା,ଛାତି ଓ ଫୁସଫୁସ, ଦନ୍ତରୋଗ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ଙ୍କ ଦ୍ଵାରା ଚିକିତ୍ସା ସେବା ପ୍ରଦାନ କରାଯିବ ଓ ଏଥିରେ ଜନସାଧାରଣ ଚିକିତ୍ସା ସେବା ଗ୍ରହଣ କରିବା ପାଇଁ ଟାଉନ୍ କ୍ଲବ ତରଫରୁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ। ଏହା ବ୍ୟତୀତ ପୂର୍ବ ନିଷ୍ପତ୍ତି ଅନୁସାରେ ଗତ ୨୦୨୫ ଲୋକ ମହୋତ୍ସବ ସମୟରେ ଜନସାଧାରଣ ଙ୍କ ଯାନବାହାନ ଶୃଙ୍ଖଳା ସହ ରଖିବା ପାଇଁ ଯେଉଁ ପାର୍କିଂ ବ୍ୟବସ୍ଥା କରାଯାଇଥିଲା ସେଥିରୁ ପ୍ରାୟ ୪୦ ହଜାର ଟଙ୍କା ପାର୍କିଂ ଫି ସଂଗ୍ରହ କରାଯାଇଥିଲା ଉକ୍ତ ଫି ର ସମସ୍ତ ଅର୍ଥ ରାଶି କୁ ରେଡକ୍ରସ ପାଣ୍ଠି କୁ ପ୍ରଦାନ କରାଯିବା ପାଇଁ ଘୋଷଣା କରାଯିବା ସହ ଲୋକ ମହୋତ୍ସବ ର ସାଂସ୍କୃତିକ ଶୋଭାଯାତ୍ରା ସମୟରେ ସମସ୍ତ ଝାଙ୍କର ନିଜ ନିଜ ପିଠରୁ ଆଣିଥିବା ମାଁ ମାଟି କୁ ଏକତ୍ରିତ କରି ବୃକ୍ଷ ରୋପଣ କାର୍ଯ୍ୟ କରିବା ପାଇଁ ଘୋଷଣା କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଟାଉନ୍ କ୍ଲବ ର ଉପସଭାପତି ଅଶୋକ ମିଶ୍ର, ନରେଶ ସୁନ୍ଦର ସାହୁ, ସମ୍ପାଦକ କୁନାଲ ପାଣିଗ୍ରାହୀ, ସହ ସମ୍ପାଦକ ଅଖିଳ ପଟ୍ଟନାୟକ, ପ୍ରମୋଦ ମେହେର, ସୋମେଶ ମହାନ୍ତି ପ୍ରମୁଖ ଙ୍କ ସମେତ କ୍ଲବ ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ସମ୍ପାଦକ କୁନାଲ ପାଣିଗ୍ରାହୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ
