ବାଲୁଙ୍କେଶ୍ୱର ମହାଦେବ ଗାଗନାପୁରର ମହାଶିବରାତ୍ରୀ ଏବଂ ଯଜ୍ଞ ମଣ୍ଡପ ପ୍ରତିଷ୍ଠା ଉପଲକ୍ଷେ କଳସ ଶୋଭାଯାତ୍ରା ଏବଂ ଅଷ୍ଟପ୍ରହରୀ ।।
ଜୟପୁର, ୧୪/୦୨ ( ଏ. ଭେଙ୍କଟ ରାଓ ) : କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଉମୂରି ପଞ୍ଚାୟତ ଗାଗାନାପୁର ଗାଁ ରେ ୪୦୦ ଶୋହ ବର୍ଷରୁ ଉର୍ଦ୍ଧ ପ୍ରତିଷ୍ଠିତ ହୋଇଥିବା ବାଲୁଙ୍କେଶ୍ୱର ମହାଦେବଙ୍କ ଯଜ୍ଞ ମଣ୍ଡପ ପ୍ରତିଷ୍ଠା ଏବଂ ମହାଶିବରାତ୍ରୀ ପାଇଁ କଳସ ଶୋଭାଯାତ୍ରା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶତାଧୂକ ମହିଳା ପୁରୁଷ ଜୟପୁର ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଖଜୁରି ବନ୍ଧ ପୋଖରୀରୁ କଳସ ରେ ଜଳ ପୁରାଇ ବେଦ ମନ୍ତ୍ର, ଘଣ୍ଟ ଶଙ୍ଖ ଧ୍ୱନି ସହ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ନାଚ ଗୀତ ସହ କଳସ ମୁଣ୍ଡରେ ଧରି ରଘୁନାଥ ମନ୍ଦିର ଛକ ଠାରୁ ସର୍ଦ୍ଧାର ବଲ୍ଲଭାଇ ମାର୍ଗ ଦେଇ ଦେବ ଦେବ ମହାଦେବଙ୍କ ଉତ୍ସବ ପ୍ରତିମୂର୍ତ୍ତି ରଥର ସ୍ଥାପନା ସହ ପୂଜାର୍ଚ୍ଚନା ଘଣ୍ଟି ବଜାଇ ମନ୍ଦିର ପରିସରରେ ଥିବା ପୂଜା ସ୍ଥଳରେ ପହଞ୍ଚିଥିଲେ । ପୂଜା କାର୍ଯ୍ୟ ସମ୍ପାଦନ କରିବା ବେଳେ ଶହ ଶହ ଶ୍ରଦ୍ଧାଳୁ ଓ ପୂଜକ ଉପସ୍ଥିତ ଥିଲେ। ତିନିଦିନ ଧରି ଶିବରାତ୍ରୀ ଉତ୍ସବ ଅନୁଷ୍ଠିତ ହେବାକୁ ଥୂବା ବେଳେ ଗ୍ରାମ ବାସୀ ମଧ୍ୟ ସହଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବର୍ଷ ପରି ବହୁ ସଂଖ୍ୟାରେ ଭକ୍ତ ସମାଗମ ଦେଖିବାକୁ ମିଳିବ ବୋଲି ଅଞ୍ଚଳ ର ଭକ୍ତଙ୍କ ସୂତ୍ରରୁ ଜଣାପଡୁଛି। ଏହି ଅବସରରେ ଅନୁଷ୍ଠାନର ପରିପାର୍ଶ୍ୱ ସ୍ୱଚ୍ଛତା ଉପରେ ବିଶେଷ ନଜର ରଖିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି ମନ୍ଦିର ଦୁଆର ମୁଁହରେ ପଶିଲା ପରେ ପ୍ରତ୍ୟେକ ଭକ୍ତ ଅନ୍ୟର ଅନିଷ୍ଟ ଚିନ୍ତା ଦୂର ହେବା ସହିତ ସତ୍ ଧର୍ମ ଓ ସତ୍ ମାର୍ଗରେ ଯିବାକୁ ମନ ବୋଲାଉଥିବା ମତ ରହିଛି । ଏଠାରେ ପ୍ରତ୍ୟେକ ଭକ୍ତଙ୍କ ମନସ୍କାମନା ପୂରଣ ହୁଏ ବୋଲି ଅଞ୍ଚଳବାସୀ ବିଶ୍ୱାସର ସହ ପ୍ରକାଶ କରିଛନ୍ତି ।