Hot Posts

6/recent/ticker-posts

ଘର ଭିତରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର ଆହତ

କଲ୍ୟାଣସିଂପୁର, ୧୪/୦୨ ( ଭି ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ପଞ୍ଚାୟତର କାତାଗୁଡା କୁମ୍ଭାର ସାହିର ଜଣେ ଯୁବକ ଘର ଭିତରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିବା ଘଟଣା ଦେଖିବାକୁ ମିଳିଛି। ଆହତ ଯୁବକ ସୁଶାନ୍ତ କାଶୀ (୨୦) ରମେଶ କାଶୀଙ୍କ ପୁଅ। ସୂଚନା ଅନୁସାରେ ସେ ପୁରୁଣାଭଟ୍ଟା ଗାଁରେ ଗୋଟିଏ ଘର ଭିତରେ କାମ କରୁଥିବା ବେଳେ ଏପରି ଘଟଣା ଘଟିଛି।ପ୍ରାୟ ୫ଟା ସମୟରେ ଅକସ୍ମାତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ ଲାଗିଥିଲା। ଘଟଣା ପରେ ସେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି କଲ୍ୟାଣସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ପ୍ରଥମିକ ଚିକିତ୍ସା ପରେ ଡାକ୍ତରମାନେ କହିଥିଲେ ଯେ ସୁଶାନ୍ତଙ୍କ ଡାହାଣ ହାତ ଓ ପେଟ ଅଂଶରେ ଗୁରୁତର ଆଘାତ ଲାଗିଛି। ଅବସ୍ଥା ଅଧିକ ଜଟିଳ ଥିବାରୁ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତର ପ୍ରମଦ କୁମାର ମିଶ୍ର ସୂଚନା ଦେଇଛନ୍ତି। ଘରୋଇ ବିଦ୍ୟୁତ ବ୍ୟବସ୍ଥାରେ ସତର୍କତା ଅଭାବ ଓ ତ୍ରୁଟିପୂର୍ଣ୍ଣ ତାର ସଂଯୋଗ ଯୋଗୁଁ ଏପରି ଦୁର୍ଘଟଣା ଘଟୁଥିବାରୁ ଘର ଭିତରେ ବିଦ୍ୟୁତ କାମ କରିବା ସମୟରେ ସୁରକ୍ଷା ନିୟମ ପାଳନ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।