Hot Posts

6/recent/ticker-posts

ମୃତ ନାବାଳକଙ୍କୁ ସ୍ମଶାନ ମନା, ଧର୍ମ ପରିବର୍ତ୍ତନ ର କରୁଣ ପରିଣତି |

ନବରଙ୍ଗପୁର, ୧୪/୦୨ ( ଶେଖର ଖୁରା ) : ପରିବାର ଲୋକେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ଯୋଗୁଁ ଉକ୍ତ ପରିବାରର ଜଣେ ନାବାଳକର ମୃତ୍ୟୁ ପରେ ତାଙ୍କୁ ସ୍ମଶାନରେ ପୋତିବାକୁ ବାରଣ କରାଯାଉଛି |ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ବକୋଡା ପଂଚାୟତ ଅନ୍ତର୍ଗତ କୋପେନା ଗ୍ରାମରେ |ସୂଚନା ପ୍ରକାରେ, ଉକ୍ତ ଗ୍ରାମରେ 30ରି ଉର୍ଦ୍ଧ ଆଦିବାସୀ(ସାନ୍ତା )ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି |ଗତକାଲି ଗ୍ରାମର କୃତିବାସ ସାନ୍ତାଙ୍କ 13ବର୍ଷର ନାବାଳକ ଆୟୁଷ ସାନ୍ତା, କିଡ଼ନୀ ଜନିତ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିଲା |ଅପରାହ୍ନ ପ୍ରାୟ 2ଘଂଟିକା ସମୟରେ ନାବାଳକଟି ମୃତ୍ୟୁ ବରଣ କରିବା ପରେ ପରିବାର ଲୋକେ ଗାଁ ମସାଣିକୁ ଘେନି ଯାଇଥିଲେ, ତେବେ ଗ୍ରାମବାସୀ ବିରୋଧ କରିବାରୁ ନିଜ ପଟ୍ଟା ଜମିରେ ଆଣି କବର ଦେବା ପାଇଁ ଉଦ୍ୟମ କରିଥିଲେ |ତେବେ ଗ୍ରାମବାସୀ ତାକୁ ମଧ୍ୟ ତୀବ୍ର ବିରୋଧ କରିବାକୁ କିଛି ଉପାୟ ନପାଇଁ ଥାନାର ଆଶ୍ରୟ ନେଇଥିଲେ |ଖବର ଉମରକୋଟ ଥାନା ଅଧିକାରୀଙ୍କ ସମେତ ଥାନା କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା, ପରେ ଆରଆଇ, ତହସିଲଦାର ଓ ଅନ୍ୟାନ୍ୟ କର୍ମଚାରୀ ଏବଂ ଅଧିକାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ପହଂଚି ବୁଝେଇବାକୁ ଚେଷ୍ଟା କଳାପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନଥିଲା |ତେଣୁ ଦୀର୍ଘ 20ଘଣ୍ଟାରୁ ଉର୍ଦ୍ଧ ସମୟ ହେବ ଶବଟି ସେମିତି ପଡ଼ିରହିଛି |ଘଟଣାକୁ ନେଇ ସାର୍ବଭୌମ ରାଷ୍ଟ୍ରରେ ଏଭଳି ଘଟଣା ଘଟିବା ନିହାତି ଲଜ୍ଜା ଜନକ ଘଟଣା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି |ଯେଉଁ ଦେଶରେ ସବୁ ଧର୍ମର ସମାନତା ରହିଛି |ସମସ୍ତଙ୍କର ସମାନ ଅଧିକାର ରହିଛି,ସେଭଳି ଦେଶରେ ଏଭଳି ଘଟଣା ଘଟିବା ନିହାତି ହାସ୍ୟସ୍ପଦ |ଗ୍ରାମର କିଛି ଷଡଯନ୍ତ୍ରକାରୀଙ୍କ ଷଡଯନ୍ତ୍ର ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସାଧାରଣରେ ଆଲୋଚନା ହେବା ସହ ପ୍ରଶାସନର ଅପାରଗତାକୁ ନିନ୍ଦା କରାଯାଉଛି |ଘଟଣା ସ୍ଥଳରେ ସମସ୍ତ ଅଧିକାରୀ ଉପସ୍ଥିତ ରହିକି ମଧ୍ୟ କୌଣସି ସମାଧାନର ବାଟ ବାହାର ନକରିବା ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି? ତେବେ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ କଣ ପଦକ୍ଷେପ ନେଉଛି ବର୍ତମାନ ଦେଖିବାକୁ ବାକି ରହିଲା |




ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର