ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ପରଲୋକ
ବରୀ, ୧୫/୦୨ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳର ଜଣା ଶୁଣା ରାଜନେତା ତଥା ସମାଜ ସେବୀ କୁମାର ଜେନାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ପ୍ରକାଶ ଥାଉକି ସେ ୨୦୧୨ ରୁ ୨୦୧୭ ପର୍ୟ୍ୟନ୍ତ ଜିଲ୍ଲା ପରିଷଦ ସଭ୍ୟ ଏବଂ ମନ୍ଦାରି ସମବାୟ ସମିତିର ସଭାପତି ଭାବରେ କାର୍ଯ୍ୟ କରିବା ସହିତ ସମାଜ ସେବାରେ ଯୋଗଦେବା ଏବଂ ଗ୍ରାମାଞ୍ଚଳର ବିଭିନ୍ନ ନାଟ୍ୟ ଅନୁଷ୍ଠାନରେ ନିର୍ଦ୍ଦେଶନା ଦେଇ ବରୀ ଅଞ୍ଚଳରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ମୃତ୍ୟୁ ଖବର ପାଇ ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକ,ପ୍ରାକ୍ତନ ମନ୍ତ୍ରୀ ଦେବାଶିଷ ନାୟକ, ପୁର୍ବତନ ବିଧାୟିକା ସୁନନ୍ଦା ଦାସ, ବିଜେପି ନେତା ଉମେଶ ଜେନା, ଗିରିଶ ରାୟ,ଦେବେନ୍ଦ୍ର ଦାସ,ବ୍ଲକ ବିଜେଡି ସଭାପତି କେଦାର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲିପ କୁମାର ମହାନ୍ତି, ସରପଞ୍ଚ ଧୀରେନ୍ଦ୍ର ଜେନା, ଡ଼ ନୃସିଂହ ବେହେରା, ପୁଷ୍ପଗିରି ପରିଷଦ ସଭାପତି ଦୁଃଖିଶ୍ୟମ ଜେନା, ମୁକୁନ୍ଦ ସାମଲ, ପୁର୍ବତନ ସରପଞ୍ଚ ମନୋଜ ଦାସ, ଅଭିରାମ ମଲ୍ଲ, ପ୍ରଧାନ ଶିକ୍ଷକ ନିର୍ମଳ ଜେନା ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିଥିଲେ। ପରେ ତାଙ୍କର ମର ଶରୀରକୁ ଶୋଭାଯାତ୍ରାରେ ମନ୍ଦାରି ପଞ୍ଚାୟତ ପରିକ୍ରମା କରାଯାଇ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ବଡ଼ପୁଅ କମଳାକାନ୍ତ ମୁଖଗ୍ନି ଦେଇଥିବା ବେଳେ ତାଙ୍କ ମୃତ୍ୟୁ ଖବର ପାଇ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୁର୍ବତନ ବ୍ଲକ ଅଧ୍ୟକ୍ଷ ନିଳମଣି ସାମଲ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।