Hot Posts

6/recent/ticker-posts

ହାତୀ ଆକ୍ରମଣରେ ଚାଷୀ ମୃତ

ଭବାନୀପାଟଣା, ୧୩।୨ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଚାଞ୍ଚେର ପଞ୍ଚାୟତର ପିରୁଙ୍ଗଗୁଡା ଗ୍ରାମରୁ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ହାତୀ ଆକ୍ରମଣରେ ଏଠାକାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀଙ୍କ ନାମ ଲୟା ମାଝୀ (୫୧) ବୋଲି ଜଣାପଡିଛି। ନିଜ ବାଡ଼ିରେ ଲୟା କାମ କରୁଥିବାବେଳେ ହଟାତ ଏକ ବଣୁଆ ହାତୀ ଆସି ତାଙ୍କୁ ଦଳି ଦେଇଥିଲା। ଖବର ପାଇଁ ଘଟଣା ସ୍ଥଳକୁ ବନ ବିଭାଗ, ପୋଲିସ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ