ରାୟଗଡ଼ାରେ ଓ୍ବଟରଟେକ୍ କମ୍ପାନୀର ୨ୟ ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ
ରାୟଗଡ଼ା, ୨୩/୦୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲାର ଭାକୁରଗୁଡା ସ୍ଥିତ ପ୍ରସାଦ ହୋଟେଲ୍ ପ୍ରାଙ୍ଗଣରେ ଓଟରଟେକ୍ କମ୍ପାନୀ ପକ୍ଷରୁ ଦ୍ୱିତୀୟ ବିକ୍ରେତା ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଅବସରରେ ଶାଖା ପ୍ରବନ୍ଧକ ଉମାଶଙ୍କର ବେହେରା, କ୍ଲଷ୍ଟର ପ୍ରବନ୍ଧକ ରସ୍ମି ରଞ୍ଜନ ସାହୁ ଓ ଦେବୀ ପ୍ରସାଦ ମଙ୍ଗରାଜ, ଜ୍ୟେଷ୍ଠ ଅଞ୍ଚଳ ବିକ୍ରୟ ପ୍ରବନ୍ଧକ ସୁରଜୀତ ମହାନ୍ତି ଏବଂ ବିତରକ ସିତାଂଶୁ ଶେଖର ପରିଡା (ତ୍ରିମୂର୍ତ୍ତି ବ୍ୟାପାରୀ ସଂସ୍ଥା) ଉପସ୍ଥିତ ଥିଲେ। ସଭାରେ କମ୍ପାନୀର ପରିଚୟ, ବିଭିନ୍ନ ଉତ୍ପାଦର ଗୁଣବତ୍ତା, ଉତ୍ପାଦନ ପ୍ରକ୍ରିୟା, ସେବା ବ୍ୟବସ୍ଥା ଓ ଗ୍ରାହକ ସନ୍ତୁଷ୍ଟି ସମ୍ବନ୍ଧୀୟ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେହିପରି କମ୍ପାନୀର ଦୃଷ୍ଟିକୋଣ ଓ ଲକ୍ଷ୍ୟ ବିଷୟରେ ମଧ୍ୟ ସମସ୍ତ ବିକ୍ରେତାମାନଙ୍କୁ ଅବଗତ କରାଯାଇଥିଲା। ଅଧିକାରୀମାନେ କହିଥିଲେ ଯେ ଓଟରଟେକ୍ ସଦା ଉତ୍କୃଷ୍ଟ ଗୁଣବତ୍ତାର ଉତ୍ପାଦ ଓ ସମୟୋପଯୋଗୀ ସେବା ମାଧ୍ୟମରେ ଗ୍ରାହକଙ୍କ ଭରସା ଅର୍ଜନ କରିଆସୁଛି। ଆଗାମୀ ଦିନରେ ବଜାର ବିସ୍ତାର ସହ ଗ୍ରାହକ ସନ୍ତୁଷ୍ଟିକୁ ଆହୁରି ସୁଦୃଢ଼ କରିବାକୁ କମ୍ପାନୀ ପ୍ରତିବଦ୍ଧ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାର ମୁନିଗୁଡା, ଗୁଣୁପୁର, ଟିକିରି ସହ ଗଜପତି ଜିଲ୍ଲାର କାଶିନଗର ଅଞ୍ଚଳର ବହୁ ବିକ୍ରେତା ଉପସ୍ଥିତ ଥିଲେ। ବିକ୍ରେତାମାନେ କମ୍ପାନୀର ଉତ୍ପାଦ ଓ ସହଯୋଗ ପ୍ରତି ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏପରି ସମ୍ମିଳନୀ ଭବିଷ୍ୟତରେ ଆହୁରି ଆୟୋଜନ କରିବା ପାଇଁ ଅନୁରୋଧ ଜଣାଇଥିଲେ।