ଚକାପାଦ, ୨୩/୦୨ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା କଇଁଝର ପଞ୍ଚାୟତ ଶଙ୍କରାଖୋଲ ନିକଟ ଜିଗିନାଗାଁ ଗ୍ରାମରେ ପୂଜ୍ୟଗୁରୁ ଗୁପ୍ତେଶ୍ୱର କହଁର ଙ୍କ ପରିଚାଳିତ ଗୌରଭକ୍ତ ଏକତ୍ରିକରଣ କମିଟି ତରଫରୁ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୩ ଥଳ ସଂକୀର୍ତନ ମଣ୍ଡଳୀ ଯୋଗଦେଇ ଥିବାବେଳେ ପ୍ରଥମ ଦିନରେ ନଦୀ ରୁ ଜଳ ଆଣି ଚତୁର୍ପାର୍ଶ୍ୱରେ ସ୍ଥାପନ କରାଯାଇଥିଲା ଏବଂ ଦ୍ୱିତୀୟ ଦିନରେ ନାମ ଆରମ୍ଭ କରାଯାଇ ପଞ୍ଚମ ଦିନରେ ଶେଷ ହୋଇଥିଲା। ଏଥିରେ ନାମଯଜ୍ଞ,ଘୃତଯଜ୍ଞ, ଜପଯଜ୍ଞ,ଅର୍ଣ୍ଣଯଜ୍ଞ, ଜ୍ଞାନଯଜ୍ଞ ହୋଇଥିବା ସହ ବହୁ ସାଧୁସନ୍ଥ ଓ ଧାର୍ମିକ ବ୍ୟକ୍ତି ତଥା ଦୂରଦୂରାନ୍ତର ଆସିଥିବା ଲୋକମାନଙ୍କ ର ବହୁ ସଂଖ୍ୟାରେ ଦେଖିବାକୁ ମିଳିଥିଲା। ଏହି ଯଜ୍ଞ କୁ ପୁରୋହିତ ଭାବେ ଜଗବନ୍ଧୁ ଦାସ ପୂଜାପାଠ କରିଥିବା ବେଳେ ପ୍ରମୋଦ ଦାସ, ରାକେଶ ସହଯୋଗ କରିଥିଲେ ଏବଂ ଯଜମାନ ରୂପେ ସନାତନ କହଁର, ଅନିତା କହଁର, ସୁବଳ କହଁର, ଶର୍ମିଳା କହଁର ଉପସ୍ଥିତ ରହିଥିଲେ। ଶେଷରେ ଧର୍ମସଭା କରାଯାଇଥିଲା ସେଥିରେ ପ୍ରବଚକ ଗୁରୁ ଗୁପ୍ତେଶ୍ୱର କହଁର, ବାନପ୍ରସ୍ତି ଆଶ୍ରମ ଗୁଟିଙ୍ଗିଆ ର ପ୍ରେମାନନ୍ଦ କହଁର, ପାଞ୍ଚୁଦେବ କଟା, ଫୁଲବାଣୀ ହନୁମାନ ସାଧକ ବନମାଳୀ ପଟ୍ଟନାୟକ, ରାଇଖୋଲ ର ପୃଥ୍ୱୀରାଜ କହଁର, ଚକାପାଦ ଗୁରୁକୁଳ ଆଶ୍ରମ ପଣ୍ଡିତ ଜଗବନ୍ଧୁ ଦାସ,ବାତାଭୂଇଁ ବିଶ୍ଵନାଥ କହଁର,ଗୋବିନ୍ଦ ଚନ୍ଦ୍ର ବାନପ୍ରସ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ଭାବେ ପୂର୍ବତନ ସରପଞ୍ଚ ପ୍ରକାଶ କହଁର,ସମିତି ସଭ୍ୟା ନମିତା କହଁର, ଶିକ୍ଷକ ଶୁକମୁନି ଦିଗାଲ,ୱାର୍ଡମେମ୍ବର ମାମାଲି ବାଘ,ଯଜ୍ଞ ସମ୍ପାଦକ ବଳି କହଁର, ଆଶାକର୍ମୀ ସାବିତ୍ରୀ ମଲ୍ଲିକ, ଗ୍ରାମର ଶିକ୍ଷକ ମନୋଜ ଦିଗାଲ, ଅଜିବନ କହଁର ଯୋଗଦେଇଥିଲେ।କାର୍ଯ୍ୟକ୍ରମ କୁ ଯଜ୍ଞ ସଭାପତି ପ୍ରଭାକର କହଁର, ଉପସଭାପତି ଶଶୀଭୁଷଣ କହଁର, ସମ୍ପାଦକ ପୁରୁଷୋତ୍ତମ କହଁର, ସହସମ୍ପାଦକ ଦୁର୍ଯ୍ୟୋଧନ କହଁର, କୋଷାଧକ୍ଷ ସନାତନ କହଁର, ଉପଦେଷ୍ଟା ବିରଞ୍ଚି କହଁର କାର୍ଯ୍ୟ ତୁଲାଇଥିଲେ ଏବଂ ରମେଶ କହଁର, ଅଙ୍ଗଦ କହଁର, ସୁଜିତ କହଁର, ସାନ୍ତୁନୁ କହଁର, ଅନାମ କହଁର ଙ୍କ ସହ ଗ୍ରାମର ପୁରୁଷ, ମହିଳା ମାନେ ସହଯୋଗ କରିଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।
