ଜଗନ୍ନାଥ ସଂସ୍କୃତି ଓ ସୁରକ୍ଷା ଉପରେ ଆଲୋଚନାଚକ୍ର
ବରୀ, ୨୨/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ସ୍ବାଇଁଖଣ୍ଡ ପଞ୍ଚାୟତ ଜଁପଡ଼ା ସ୍ଥିତ ଦଧିବାମନ ମନ୍ଦିରରେ ପରିସରରେ ଜଗନ୍ନାଥ ସଂସ୍କୃତି ଓ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ମାଧ୍ୟମରେ ଉପସ୍ଥିତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ପ୍ରଚାର ସଂସ୍ଥାନର ପ୍ରଚାରକ ଡ଼ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପ୍ରତିନିଧି ମଣ୍ଡଳୀ ଆସିଥିଲେ । ପ୍ରଥମେ ଜଁପଡ଼ାସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ମନ୍ଦିର ତରଫରୁ ମହେନ୍ଦ୍ର କୁମାର ନାୟକ , ସୁବାସ ନାୟକ, ଘନଶ୍ୟାମ ପଣ୍ଡା ପୁଷ୍ପମାଲ୍ୟ ଓ ଉପୋଢୌକନ ଦେଇ ସ୍ବାଗତ କରିଥିଲେ । ଏହା ପରେ ଏହି ପ୍ରତିନିଧି ମଣ୍ଡଳୀ ଶ୍ରୀ ଦଧିବାମନ ଜିଉଙ୍କ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟ ପୂଜକ ପର୍ଶୁରାମ ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଜଗନ୍ନାଥ ସଂସ୍କୃତି ଓ ସୁରକ୍ଷା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରତିନିଧି ମଣ୍ଡଳୀର ସଦସ୍ୟ ମାନେ ଆଲୋଚନା।ମାଧ୍ୟମରେ ଉପସ୍ଥିତ ଜଗନ୍ନାଥ ପ୍ରେମୀଙ୍କ ମନରେ ସଚେତନତା ସୃଷ୍ଟି କରାଇଥିଲେ । ଏହି ଅବସରରେ ଉକ୍ତ ଅଞ୍ଚଳର ଜଗନ୍ନାଥ ସଂସ୍କୃତି ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରି ଆସୁଥିବା ୨୦ ଜଣଙ୍କୁ "ଶ୍ରୀଜଗନ୍ନାଥ ସଂସ୍କୃତି ରକ୍ଷକ " ସମ୍ମାନ ଜଗନ୍ନାଥ ପ୍ରଚାର ସଂସ୍ଥାନ ପକ୍ଷରୁ ପ୍ରଦାନ କରାଯାଥିଲା । ଯେବେ କେହି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅଦିନରେ କରୁଛନ୍ତି ତାକୁ ବିରୋଧ କରନ୍ତୁ ବୋଲି ବକ୍ତା ମାନେ ମତବ୍ୟକ୍ତ କରିବା ସହିତ ଆଲୋଚନା କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ସଦସ୍ୟ ମାନେ ଯୋଗଦେଇ ସମସ୍ତେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିକୃତ କରି ମନୁଷ୍ୟ ଇଚ୍ଛାକୃତ ରୀତି ନିତି ପରିବର୍ତ୍ତନ କରୁଥିବା କୌଣସି ସଂସ୍ଥା ବା ଜନ ସାଧାରଣକୁ ସମସ୍ତେ ଏକ ସ୍ୱରରେ ପ୍ରତ୍ୟାଖ୍ୟାନ କରିବାକୁ ମତ ପ୍ରକାଶ କରିଥିଲେ । ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର ବିଜୟ ମୋହନ ପଣ୍ଡା , ତ୍ରିଲୋଚନ ନାୟକ, ସୁରେଶ ମିଶ୍ର, ଅନୁପମା ମିଶ୍ର, ଭାରତୀ ଭୂଷଣ ପଟ୍ଟନାୟକ, ଅନାମିକା ସ୍ୱାଇଁ ପଟ୍ଟନାୟକ, ଶ୍ରୀନିବାସ ରାଓ ମୁକ୍ତିକାନ୍ତ ବାରିକ ଓ ଏହି କାର୍ଯ୍ୟକ୍ରମ ମନୋଜ କୁମାର ନାୟକ ସଂଯୋଜନା କରିଥିଲେ ଜଁପଡା ଦଧିବାମନ ମନ୍ଦିର ଓ ଶ୍ରୀ ଗୁଣ୍ଡିଚା ମନ୍ଦିରର ପ୍ରମୁଖ ସଦସ୍ୟ ଶ୍ରୀ ଘନଶ୍ୟାମ ଦାସ, ବିଜୟ ନାୟକ, କେଦାର ଦାସ , ଅନନ୍ତ କିଶୋର ନାୟକ , ହିରନ୍ୟ ନାୟକ , ଉପେନ୍ଦ୍ର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଜଁପଡ଼ା ଓ ନିକଟବର୍ତ୍ତୀ ଗ୍ରାମ ମାନଙ୍କରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜା, ସଭାପତି ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, କାର୍ଯ୍ୟକାରୀ ସମ୍ପାଦକ ପ୍ରଭାକର ମଲ୍ଲିକ, ଉପ ସଭାପତି ବୈକୁଣ୍ଠ ମହାପାତ୍ର, ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାସ, ପରିଚାଳନା ସମ୍ପାଦକ ଡ଼ ନାରାୟଣ ମହାପାତ୍ର ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ନେଇ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଯେପରି ସବୁଆଡେ କରାଯାଉଥିଲା ସେପରି କରାଯିବ।ଆସନ୍ତା ଦିନରେ ସମସ୍ତଙ୍କ ଅବଗତ ପାଇଁ ପ୍ରାରମ୍ଭିକ ସୂଚନା ଭାବେ ଶ୍ରୀଜଗନ୍ନାଥଙ୍କ ପ୍ରଚାର ପ୍ରସାର ନିମନ୍ତେ ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ପରି ତଥ୍ୟ ଭିତ୍ତିକ ପୁସ୍ତକ ହିନ୍ଦି ଓ ଇଂଲିଶ ରେ କରାଯାଇ ଦିନିକିଆ ସତସଙ୍ଗ, ଦୁଇ ଦିନିଆ ସତସଙ୍ଗ ଓ ତିନି ଦିନିଆ ସତସଙ୍ଗ ରାଜ୍ୟ ଦେଶ ବିଦେଶ ରେ ବହୁଳ ଭାବେ ହୋଇ ପାରିବ,ଦେଶ ଓ ଦେଶ ବାହାରେ ହିନ୍ଦୀ ଓ ଇଂଲିଶ ରେ କଥାମୃତ କାର୍ଯ୍ୟକ୍ରମ କରାଯିବା ପାଇଁ ପ୍ରୟାସ କରାଯାଉଛି, ଏହା ଦ୍ୱାରା ଶ୍ରୀଜଗନ୍ନାଥଙ୍କ ପାଞ୍ଚରାତ୍ର ଉପାସନା ପଦ୍ଧତି କୁ ସମସ୍ତେ ଗ୍ରହଣ କରି ବହୁଳ ଭାବେ କରିବାକୁ ଆଗେଇ ଆସିବେ ସମସ୍ତେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ସଂସ୍କୃତି ପାଇଁ କାର୍ଯ୍ୟ କରିବାକୁ ପଣ କରିଥିଲେ । ଏହି ଅବସରରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ଓ ପ୍ରସାଦ ସେବନର ବନ୍ଦୋବସ୍ତ ହୋଇଥିଲା ।