ରତାଖଣ୍ଡିଗୁଡା ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଏତଲା ନେଇ ଝରିଗାଁ ଥାନାରେ ଏତଲା |
ଝରିଗାଁ, ୨୨/୦୨ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ବଡ଼ ଭରଣ୍ଡୀ ଗ୍ରାମର ବାଲ୍ୟ ଭକ୍ତଙ୍କ ସାନ ଭାଇ ଅଲେଖ ଚରଣ ଭକ୍ତ ଯିଏକି ଝରିଗାଁ ବ୍ଳକ ରତାଖଣ୍ଡିଗୁଡା ପଂଚାୟତ ସଦର ମହକୁମା ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ରହିଥିଲେ |ସେ ଗତ 21ତାରିଖ ଦିନ ଝରିଗାଁ ବ୍ଳକ କୁଟ୍ରିଛାପର ପଂଚାୟତ ଅଧୀନରେ ଥିବା କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟକୁ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ |ହେଲେ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ସରିବା ପରେ ଅପରାହ୍ନ 12ଟା ବେଳେ ବିଦ୍ୟାଳୟରୁ ଘର ଅଭିମୁଖେ ବାହାରିଥିଲେ |ହେଲେ ରାତି 9ପର୍ଯ୍ୟନ୍ତ ବି ଘରେ ପହଂଚି ନଥିବାରୁ ପରିବାର ଲୋକେ ଇତସ୍ତତ ହୋଇ ଖୋଜାଖୋଜି କରିଥିଲେ |ତାଙ୍କେ ଧରିଥିବା ଦୁଇଟା ନମ୍ବର ରେ ବାରମ୍ବାର ଫୋନ କରିଥିଲେ ହେଲେ ଦୁଇଟା ଯାକ ନମ୍ବର ସ୍ବିତ୍ଚଅଫ ଦେଖେଇଥିଲା |ପରେ ଆଜି ଅପରାହ୍ନ ସମୟରେ ଅଲେଖ ଙ୍କ ବଡଭାଇ ବାଲ୍ୟ ଭକ୍ତ ଆଜି ଝରିଗାଁ ଥାନାରେ ଆସି ଘଟଣାକୁ ନେଇ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିବା ଜଣାପଡିଛି |