Hot Posts

6/recent/ticker-posts

ବସୁନ୍ଧରା ଯୋଜନାରେ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ ଓ ଆଭାସୀ ମାଧ୍ୟମରେ ନୂତନ ଉପ-ନିବନ୍ଧନ କାର୍ଯ୍ୟାଳୟର ଶୁଭ ଉଦଘାଟନ

ଝରୀଗାଁ, ୦୫/୦୨ ( ନକୁଳ ଭତ୍ରା ) : ବସୁନ୍ଧରା ଯୋଜନା ଅଧୀନରେ ଭୂମିହୀନ ଓ ଯୋଗ୍ୟ ହିତାଧିକାରୀମାନଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ସହ ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ ନୂତନ ଉପ-ନିବନ୍ଧନ କାର୍ଯ୍ୟାଳୟର ଶୁଭ ଉଦଘାଟନ ଆଜି ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଝରୀଗାଁ ବିଧାୟକ ନରସିଂହ ଭତରା ଯୋଗ ଦେଇ ଝରୀଗାଁ, କୁଟ୍ରିଛାପର, ଚଚା, ବଡ଼ ଟେମରା ପଞ୍ଚIୟତର ହିତାଧିକାରୀ 50 ଜଣକୁ ପୋଟା ବଣ୍ଟନ କରି ଥିଲେ। ଏହି ଅବସରରେ ଆଭାସୀ ମାଧ୍ୟମରେ ନୂତନ ଉପ-ନିବନ୍ଧନ କାର୍ଯ୍ୟାଳୟର ଝରୀଗାଁ ତହସିଲରେ ଶୁଭ ଉଦଘାଟନ କରାଯାଇଥିଲା। ଏହା ଆରମ୍ଭ ହେବା ସହ ଅଞ୍ଚଳବାସୀଙ୍କୁ ଜମି ନିବନ୍ଧନ, ଦଲିଲ ପଞ୍ଜିକରଣ ଭଳି ସେବାଗୁଡ଼ିକ ସହଜ ଓ ଶୀଘ୍ର ଭାବେ ମିଳିପାରିବ ବୋଲି ଅଧିକାରୀମାନେ କହିଥିଲେ। ଦୂରଦୂରାନ୍ତରେ ଯିବାର ଆବଶ୍ୟକତା କମିବା ସହ ସମୟ ଓ ଅର୍ଥ ଉଭୟର ସଞ୍ଚୟ ହେବ ବୋଲି ଆଶା ପ୍ରକାଶ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ,ଝରୀଗାଁ ତହସିଲଦାର ସୁମନ୍ତ ପାତ୍ର,ଅତିରିକ୍ତ ତହସିଲଦାର ଅହଲ୍ୟା ମୁଦୁଲି, ସମାଜ ସେବୀ ପ୍ରପୁଲ ପ୍ରଧାନୀ, ଫିରୋଜ ସୋଡ଼ଙ୍ଗୀ, ଆରାଇ ବସନ୍ତ ବିଷଇ,ତମ୍ବୁ ଦାସ, ସଞ୍ଜୟ ନାୟକ, ଗୋଜେନ୍ଦ୍ର ପାଣ୍ଡେ ସହ ସମସ୍ତ ତହସିଲ କର୍ମ ଚାରୀ ଉପସ୍ଥିତ ଥିଲେ