Hot Posts

6/recent/ticker-posts

ପଦ୍ମପୁର କପ ଫୁଟବଲ ଟୁର୍ନାମେଣ୍ଟ ୨୦୨୬ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ

ପଦ୍ମପୁର, ୦୫/୦୨ ( ଆଶିଷ କୁମାର ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ର ସ୍ଥାନୀୟ ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ପଦ୍ମପୁର ସ୍ପୋର୍ଟ୍ସ ଏସୋସିଏସନ ଦ୍ୱାରା ହେବାକୁଥିବା ପଦ୍ମପୁର କପ ଫୁଟବଲ ଟୁର୍ନାମେଣ୍ଟ ର ସଫଳ ଆୟୋଜନ ପାଇଁ ଶ୍ରୀଯୁକ୍ତ ପ୍ରତାପ କୁମାର ମିଶ୍ର ଙ୍କ ସଭାପତିତ୍ୱ ରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ରେ ସମୁଦାୟ ୮ ଗୋଟି ଦଲ ଯୋଗଦାନ କରିବାର ଥିବା ବେଲେ ଫେବୃୟାରୀ ୧୨ ରୁ ୧୫ ଯାଏ ଅନୁଷ୍ଠିତ ହେବ l ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ଏସୋସିଏସନ ର ଉପ ସଭାପତି ଭାବେ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ବହିଦାର, ସମ୍ପାଦକ ଚିନ୍ମୟ କୁମାର ପଣ୍ଡା, କୋଷାଧକ୍ଷ ଶ୍ରୀ ସଂଜୀବ କୁମାର ମାଝୀ ଏବଂ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଡ଼ା. ନାରାୟଣ ପୁରୋହିତ ଉପସ୍ଥିତ ରହିଥିଲେ l ଏହି ପଦ୍ମପୁର ସ୍ପୋର୍ଟ୍ସ ଏସୋସିଏସନ କ୍ଳବ ର ସହ ସଦସ୍ୟ ସରୋଜ ମିଶ୍ର, ଅଶୋକ କଲାସାଏ, ନରନ୍ଦ୍ର ସାହୁ, ନିରୋଜ ସିଂହା, ପପୁ ନାୟକ, ଅଭିମନ୍ୟୁ ପୁଷ୍ଟି, ସୁନୀଲ ବାରିକ, ରାଜେଶ ପଟ୍ଟନାୟକ, ନରୋତ୍ତମ ପଧାନ ଓ ଜୟପାଳ ଭୋଇ ଉପସ୍ଥିତ ରହିଥିଲେ l ଶେଷରେ ଡ଼ା. ନାରାୟଣ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l 


ବରଗଡ଼ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ