ପାଣି ପାଇଁ ଅନ୍ତସନ୍ତ ବିଲାବଡ଼ି ଗ୍ରାମବାସୀ
ଚକାପାଦ, ୨୭/୦୨ ( ବାଳକୃଷ୍ଣ କହଁର ) : ଚକାପାଦ ବ୍ଲକ୍ ଅନ୍ତର୍ଗତ ବେହେରାଗାଁ ପଞ୍ଚାୟତ ଅଧିନସ୍ଥ ବିଲାବଡା ଗ୍ରାମବାସୀ ଆଜକୁ ପ୍ରାୟ ୧୫ ଦିନ ରୁ ଉର୍ଦ୍ଧ୍ବ ହେବ ପିଇବା ପାଣି ପାଇବା ରୁ ବଞ୍ଚିତ ହେଉଛନ୍ତି। ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଅସିତ କୁମାର ନନ୍ଦ ଙ୍କ ନିକଟ ରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିପାରି ନାହିଁ। ଯେହେତୁ ପାଣି ପମ୍ପ ରେ ସ୍ମାର୍ଟ ମିଟର ଲାଗିଛି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ପଞ୍ଚାୟତ ବିଭାଗ ପକ୍ଷରୁ ବିଲ୍ ପୈଠ କରିବା ଆବଶ୍ୟକ କିନ୍ତୁ ପଞ୍ଚାୟତ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଆଜି ବିଲାବଡା ଗ୍ରାମବାସୀ ପିଇବା ପାଣି ପାଇବା ରୁ ବଞ୍ଚିତ ହେଉଛନ୍ତି । ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ସରୋଜ କୁମାର ବେହେରା ଙ୍କୁ ପଚାରିବାରୁ ସେ କହିଲେ ମୁଁ ଫେବୃୟାରୀ ୧୭ ତାରିଖ ରେ ହିଁ ବକେୟା ବିଦ୍ୟୁତ୍ ବିଲ୍ ପୈଠ କରି ସାରିଛି ତା ସତ୍ତ୍ୱେ ଯଦି ପାଣି ଆସୁନି ତା ହେଲେ ତୁମେ ଚକାପାଦ ବିଡ଼ିଓ ହୃଦରଞ୍ଜନ ସାହୁ ଙ୍କ ନିକଟ ରେ ଅଭିଯୋଗ କର ବୋଲି ନିଜ ମୁଣ୍ଡ ରୁ ଦୋଷ ଓହ୍ଲେଇ ଦେଉଛନ୍ତି। କିନ୍ତୁ ବିଦ୍ୟୁତ୍ ବିଲ୍ ପୈଠ କରିବା ର ରସିଦ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଙ୍କ ନିକଟ ରେ ପୈଠ କରି ନାହାନ୍ତି ବୋଲି ବିଦ୍ୟୁତ୍ କର୍ମଚାରୀ କହିଛନ୍ତି । ଯଦି ଯଥାଶୀଘ୍ର ପିଇବା ପାଣି ର ବ୍ୟବସ୍ଥା କରାନଯାଏ ତେବେ ଗ୍ରାମବାସୀ ହଣ୍ଡା ମାଠିଆ ଧରି ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।