Hot Posts

6/recent/ticker-posts

ଶବ୍ଦସେତୁ ସାହିତ୍ୟ ସଂସଦ ଗଠିତ

କର୍ଲାମୁଣ୍ଡା, ୧୫/୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର କୌଶିକ ବାବା +୩ ମହାବିଦ୍ୟାଳୟ ପରିସରରେ ଗ୍ରାମର କବି ଓ ଲେଖକ ମାନଙ୍କୁ ନେଇ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ କବି ଯୁଗଳ କିଶୋର ନାଏକ ସଭାପତିତ୍ୱ କରିଥିଲେ। ପ୍ରଥମେ ପୂଜାର୍ଚ୍ଚନା, କବିତା ପାଠୋତ୍ସବ ସହ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ଶବ୍ଦସେତୁ ସାହିତ୍ୟ ସଂସଦ, ତେରେସିଂହା ର ସଭାପତି ଭାବେ ଯୁଗଳ କିଶୋର ନାଏକ, ଉପସଭାପତି ଗଜାନନ ଗହୀର, ସମ୍ପାଦକ ମାନସ ରଞ୍ଜନ ବାଗ, ସହସମ୍ପାଦକ ଦେବେନ୍ଦ୍ର ରଣା, କୋଷାଧ୍ୟକ୍ଷ ତଥା ମିଡ଼ିଆ ମୁଖ୍ୟ ସଚେତକ ଭାବେ ସୁଶାନ୍ତ ରଣା ପ୍ରମୁଖ ମନୋନୀତ ହୋଇଥିଲେ। ଏହି ଅବସରରେ କବି ସତ୍ୟ ସିଂ ବାଗ, ଦୟାବନ୍ତ ଭୋଇ ଙ୍କ ସମେତ ଅନେକ କବି ଯୋଗଦେଇ ନିଜ ନିଜର କବିତା ପାଠ କରିଥିବା ବେଳେ ଅଧ୍ୟାପକ ମାନସ ରଞ୍ଜନ ବାଗ ମଞ୍ଚ ପରିଚାଳନା କରିଥିଲେ।