ଜୟପୁର ପଞ୍ଚାୟତ ସମିତିର ସପ୍ତମ ସମିତି ବୈଠକ।
ଜୟପୁର, ୨୭।୦୨ ( ଏ. ଭେଙ୍କଟ ରାଓ ) : ଜୟପୁର ପଞ୍ଚାୟତ ସମିତିର ସପ୍ତମ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଜୟପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ରଙ୍କ ଦ୍ଵାରା ଆହୂତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇଥିଲେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ପଞ୍ଚାୟତ ଅଧକ୍ଷା ତିଲତମ୍ମା ମୁଦୁଲି ଉପାଧ୍ୟକ୍ଷ ଗଣେଶ ପାଢି ସାଂସଦ ପ୍ରତିନିଧି କୃଷ୍ଣ ଚନ୍ଦ୍ର ନେପାକ ଜିଲ୍ଲା ପରିଷଦ ସଭ୍ୟ ତପତି ପଟ୍ଟନାୟକ, ଅସ୍ଥା ନାୟକ, ରଶ୍ମି ରଥ ପ୍ରମୁଖ ମୋଞ୍ଚାଷିନ ଥିଲେ। ଏହି ଅବସରରେ ବ୍ଲକ ଯନ୍ତ୍ରୀ ବିଜୟ କୁମାର ନନ୍ଦ ଏବଂ କନିଷ୍ଟ ଯନ୍ତ୍ରୀ ଭବାନୀ ଶଙ୍କର ପାତ୍ରଙ୍କ ତତ୍ତ୍ୱାବଧାନରେ ନିର୍ମିତ ଜୟପୁର ପଞ୍ଚାୟତ ସମିତି ପରିସରର ନୂତନ ସଭାଗୃହ ଉଦ୍ଘାଟନ ଜୟପୁର ବିଧାୟକ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ବାଗତ କରାଯାଇଥିଲା ପରେ ପୂର୍ବ ବୈଠକର ବିବରଣୀ ପଠନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୃଷି ଓ ଉଦ୍ୟାନ କୃଷି, ବନ,ବିଦ୍ୟୁତ, ପଶୁ ସମ୍ପଦ,ଶିକ୍ଷା ଗ୍ରାମ୍ୟ ଉନ୍ନୟନ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ମହିଳା ଓ ଶିଶୁ ବିକାଶ, ମୃତ୍ତିକା ସଂରକ୍ଷଣ, ଏସଟି ଏସସି ମଙ୍ଗଳ, ସାମାଜିକ ସୁରକ୍ଷା,ଯୋଗାଣ ବିଭାଗ,ଜଳ ଓ ପରିମଳ ଉନ୍ନୟନ, ସ୍ଥାୟୀ କମିଟି, ଲଘୁ ବନ ଜାତ ଦ୍ରବ୍ୟ ର ସର୍ବ ନିମ୍ନ ମୂଲ୍ୟ ନିର୍ଦ୍ଧାରଣ କମିଟି ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବ୍ଲକ ପ୍ରଶାସନକୁ ପର୍ଯ୍ୟଟନ ସ୍ଵାସ୍ଥ୍ୟ ଶିକ୍ଷା ବନୀକରଣ ଜଳ ଯୋଗାଣ ସମ୍ବନ୍ଧୀୟ ଯୋଜନା ମାନ କରି ଉପରିସ୍ତ ଅଧିକାରୀଙ୍କ ଗୋଚରକୁ ନେଲେ ମୁଁ ଏଥି ନିମନ୍ତେ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ଦେବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଜୟପୁର ବ୍ଲକକୁ ରାଜ୍ୟରେ ଏକ ନମ୍ବର ବ୍ଲକ ଭାବେ ପରିଚିତ କରାଇବାକୁ ପ୍ରୟାସ କରିବି ବୋଲି କହିବା ସହ ଜୟପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ଟାଙ୍କୁଆ ଗ୍ରାମ ପଞ୍ଚାୟତ ଅଧୀନ ପଣସପୁଟ ବାଗ୍ରାରେ ଥିବା ମା ଦକ୍ଷିଣ କାଳୀଙ୍କ ପୀଠ ଦୁର୍ଗା ଡଙ୍ଗରକୁ ଦୁଇ କୋଟି ପଚାଶ ଲକ୍ଷ ଟଙ୍କା ଆକଳନରେ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ କରିବା ||