ଝାମୁଯାତ୍ରା ପାଇଁ ଚଣ୍ଡୀଙ୍କ ଉଲଗନ ଦିଆ
କର୍ଲାମୁଣ୍ଡା, ୧୫/୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ତା ବ୍ଲକ ରିଷିଡା ମାଁ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠ ରେ ଚୈତ୍ର ମାସରେ ହେବାକୁ ଥିବା ମାଁ ତାରିଣୀ ଅଷ୍ଟଚଣ୍ଡୀ ଙ୍କ ଝାମୁଯାତ୍ରା ଉପଲକ୍ଷେ ମାଁ ଅଷ୍ଟଚଣ୍ଡୀଙ୍କ ଉଲଗନ ଦିଆ ତଥା ଭୂମିପୂଜା ବାନା ପୂଜା ଅନୁଷ୍ଠିତ ହୋଇଛି। ଏହି ଅବସରରେ ଘଣ୍ଟ ଶଙ୍ଖ ନିଶାନ,ବାଜା ସହ ଗ୍ରାମର ମାଁ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠ ରୁ ରିଷିଡା ନିଲକଣ୍ଠେଶ୍ବର ଶିବ ମନ୍ଦିର ପର୍ଯ୍ୟନ୍ତ ନଗର ପରିକ୍ରମା ସହିତ ଅଷ୍ଟଚଣ୍ଡୀଙ୍କ ଉଲଗନ ଦିଆ ମହାଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ମୁଖ୍ୟ ଦେହୁରୀ ସୁଶାନ୍ତ ମଲ୍ଲିକଙ୍କୁ କାଲିଶ୍ରୀ ଆସିଲା ପରେ ମ.ରାମପୁର ରାଜପରିବାରର ନୀଳମାଧବ ସିଂଦେଓ ଙ୍କ ପ୍ରେରିତ ପାଟ ସିନ୍ଦୂର ପ୍ରଥମେ ଚଣ୍ଡୀଙ୍କୁ ସମର୍ପଣ କରାଯାଇଥିଲା।ସେବାୟତ ରଂଜନ ରଣା, ମହେନ୍ଦ୍ର ପ୍ରଧାନୀ, ହୃଦାନନ୍ଦ ମଲ୍ଲିକ, ମଣ୍ଟୁ ରଣା, ମାକଣ୍ତ ପ୍ରଧାନୀ, ସୁଯ୍ଯମଣି ରଣା, ବୃହସ୍ପତି ରଣା, ଶେଷଦେବ ରଣା, କମିଟି ସଭାପତି କୈଲାସ କୁମୁରା, ଲମ୍ବୋଦର ରଣା, ମାଧବ ମାଝୀ, ରାଧେଶ୍ୟାମ ପଟ୍ଟନାୟକ, ଶିବ ମନ୍ଦିର ପରିଚାଳନା କମିଟି ସଭାପତି କରୁଣାକର ରଣା, ସଂପାଦକ ଦୁଷ୍ମନ୍ତ ଲେଙ୍କା, କମ୍ବୁପାଣି ସାହୁ, ସୋନୁ ରଣା ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ଚୈତ୍ର ମାସରେ ୭ ଦିନ ବ୍ୟାପୀ ମାଁ ଅଷ୍ଟଚଣ୍ଡୀ ତାରିଣୀ ଙ୍କ ପିଠରେ ଝାମୁଯାତ୍ରା ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି।