Hot Posts

6/recent/ticker-posts

ପଦ୍ମପୁର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ -୨୦୨୬ : ଆଜି ଫାଇନାଲ୍ ରେ ମୁହାଁମୁହିଁ ହେବେ ପଦ୍ମପୁର ଏବଂ କୁଚିଣ୍ଡା ଦଳ

ବରଗଡ଼, ୧୫/୦୨ ( ଆଶିଷ କୁମାର ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଖେଳ ପଡିଆ ରେ ପଦ୍ମପୁର ସ୍ପୋର୍ଟସ ଏସୋସିଏସନ ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଶନିବାର ପ୍ରଥମ ସେମିଫାଇନାଲ ମ୍ୟାଚ ରେ ପଦ୍ମପୁର ଦଳ ଫୁଲବାଣୀ ସ୍ପୋର୍ଟସ ହଷ୍ଟେଲ ଦଳକୁ ୪-୧ ଗୋଳରେ ଏବଂ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ କୁଚିଣ୍ଡା ଦଳ ହୀରାକୁଦ ଦଳକୁ ୨-୦ ଗୋଳରେ ପରାସ୍ତ କରି ଫାଇନାଲ ପ୍ରବେଶ କରିଛନ୍ତି। ପ୍ରଥମ ସେମି ଫାଇନାଲ୍ ମ୍ୟାଚ ଭଲିବଲ ଖେଳାଳି ବିନନ୍ଦ କୁମାର ସାହୁ ଅତିଥି ଭାବରେ ଯୋଗଦେଇ ପଦ୍ମପୁର ଦଳର ଲକୀ ଜାଲ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ରେ ପୁରସ୍କୃତ କରିଥିଲେ। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ରେ ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ଗଜାନନ୍ଦ ଅଗ୍ରୱାଲ ହୀରାକୁଦ ଦଳ ର ମହେଶ ଓରାମ୍ କୁ ମେନ୍ ଅଫ ଦି ମ୍ୟାଚ ରେ ପୁରସ୍କୃତ କରିଥିଲେ। ଖେଳ କୁ ପରିଚାଳନା କରିଥିଲେ ଅଶ୍ଵିନୀ ବେହେରା, ସୁଧାଂଶୁ ସେଠ୍, ଦେବାଶିଷ ବାଗ, ନୀଳ ନାୟକ, ଦୀପକ ରାଜହଂସ, ମଣ୍ଟୁ ବାଗ। ମ୍ୟାଚ୍ କମିଶନର ଦାୟିତ୍ୱ ରେ ବିଦେଶୀ ସାହୁ, ଚନ୍ଦ୍ରମଣି ସାହୁ ରହିଥିଲେ। ଧାରା ବିବରଣୀ ଦିବ୍ୟ କିଶୋର ପଣ୍ଡା ଓ ଦ୍ଵାଦଶ ପଧାନ୍ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବାସୁଦେବ ଦାସ, ଡ଼ା. ପ୍ରଭାତ ନାରାୟଣ ତ୍ରିପାଠୀ, ଡ଼ା. ନାରାୟଣ ପୁରୋହିତ, ଅଶୋକ କାଳସାଏ, ଗିରିଶ ସାହୁ, ସଚ୍ଚିଦାନନ୍ଦ ବହିଦାର, ରସପାଲ୍ ସିଂ ଖେରା, ନିରୋଜ ସିନ୍ନହା, ପ୍ରଦିପ ଜାଲ, ପ୍ରଦିପ ପାତ୍ର, ନରେଶ ବାରିକ, ସଞ୍ଜୀବ ମାଝୀ, ପ୍ରମୋଦ ମିଶ୍ର ଓ ସଂପାଦକ ଚିନ୍ମୟ କୁମାର୍ ପଣ୍ଡା ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। 



ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ